ଜାନୁଆରୀ 8 ତାରିଖରୁ ସ୍କୁଲ ଖୋଲିବ । ଆଜି ରାଜ୍ୟ ସରକାର ସ୍କୁଲ ଖୋଲିବା ସଂପର୍କରେ ଏହି ନିଷ୍ପତ୍ତି ନେଇଛନ୍ତି । ପ୍ରଥମ ପର୍ଯ୍ୟୟରେ ଦଶମ ଓ ଦ୍ବାଦଶ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲାଯିବ । ଛାତ୍ରଛାତ୍ରୀମାନେ ଶହେଦିନ କ୍ଲାସ କରିବା ପରେ ପରୀକ୍ଷା ଦେବେ । ମେ ମାସ 3 ତାରିଖରୁ 15 ତାରିଖ ଯାଏଁ ମାଟ୍ରିକ ପରୀକ୍ଷା ହେବ ଏବଂ ମେ 15ରୁ ଜୁନ 11 ଯାଏଁ ଯୁକ୍ତଦୁଇ ପରୀକ୍ଷା ହେବ । ସେହିପରି ମାର୍ଗଦର୍ଶିକା ଅନୁଯାୟୀ ଘରୋଇ ସ୍କୁଲ ମଧ୍ୟ ଖୋଲାଯିବ ।

LEAVE A REPLY

Please enter your comment!
Please enter your name here