ଆବଶ୍ୟକ ସାମଗ୍ରୀ-

ଅରୁଆ ଭାତ, ½ ଚାମଚ ଧଳା ବିରି, ½ ଚାମଚ ବୁଟ ଡାଲି, 10 ରୁ 12 ଟି ବାଦାମ, ଅଳ୍ପ ଅଦା ଛେଚା, 6 ରୁ 7ଟି ଭୂର୍ଷଙ୍ଗ ପତ୍ର, 3ଟି କଂଚା ଲଙ୍କା, ଗୋଟିଏ ଶୁଖିଲା ଲଙ୍କା, 1 ଚାମଚ ସୋରିଷ, 1/5 ଚାମଚ  ଲେମ୍ବୁ ରସ, ହଳଦୀ ଗୁଣ୍ଡ, ହେଙ୍ଗୁ, ତେଲ ଓ ସ୍ୱାଦ ଅନୁସାରେ ଲୁଣ

ପ୍ରସ୍ତୁତ ପ୍ରଣାଳୀ-

ପ୍ରଥମେ କଡେଇରେ ତେଲ ଗରମ କରି ଲଙ୍କା ଓ ସୋରିଷ ଫୁଟାଇ ନେଇଥିବା ବିରି ପକାଇ 30 ସେକେଣ୍ଡ ଯାଏ କମ ଆଂଚ ଦେଇ ଭାଜନ୍ତୁ. ତା ପରେ ବାଦାମ, ଅଦା, ଭୂର୍ଷଙ୍ଗ ପତ୍ର ଓ କଂଚା ଲଙ୍କା ଦେଇ ଭାଜନ୍ତୁ. 1 ମିନିଟ ଭାଜିଲା ପରେ ସେଥିରେ ହଳଦୀ ଗୁଣ୍ଡ, ଲୁଣ ଓ ଟିକେ ହେଙ୍ଗୁ ପକାଇ ଗୋଳାନ୍ତୁ. ଟିକେ ସମୟ ଗୋଳେଇବା ପରେ ସେଥିରେ ଲେମ୍ବୁ ରସକୁ ପକାଇଦିଅନ୍ତୁ. ତା ପରେ ଭାତକୁ ମିଶାଇ ହାଲକାରେ ଗୋଳାନ୍ତୁ ଓ 30 ସେକେଣ୍ଡ କଭର କରି ଛାଡିଦିଅନ୍ତୁ. ତା ପରେ ପ୍ରସ୍ତୁତ ହୋଇଯିବ ଲେମନ୍ ରାଇସ୍.

LEAVE A REPLY

Please enter your comment!
Please enter your name here