ବିଦେଶରେ ଏଭଳି ଅନେକ ରେସ୍ତୋରାଁ ଓ ହୋଟେଲ ଅଛି, ଯେଉଁଠି ରୋବଟ ଖାଜ୍ୟ ବାଢୁଥିବା ନଜର ଆସିଛି. ମାତ୍ର ଏବେ ହାଇଦ୍ରାବାଦର ଅଲକଜର ମଲରେ ‘ରୋବୋ କିଚେନ’ ନାମକ ଏକ ରେସ୍ତୋରାଁ ଖୋଲିଛି, ଯେଉଁଠି ରୋବଟ ଖାଦ୍ୟ ବାଢୁଥିବା ଦେଖିବାକୁ ମିଳିଛି. ତେବେ ରୋବଟର ନାଁ ରହିଛି ‘ବ୍ୟୁଟି ସର୍ଭିଂ’. ଏହା ପୂର୍ବରୁ ଏଭଳି ଏକ ରେସ୍ତୋରାଁ ଚେନ୍ନାଇର ‘ପୋରୁର’ରେ ଖୋଲାଯାଇଥିଲା. ହାଇଦ୍ରବାଦରେ ଖୋଲାଯାଇଥିବା ‘ରୋବୋ କିଚେନ’କୁ ଯେତେବେଳେ ଗ୍ରାହକ ଆସନ୍ତି, ତାଙ୍କୁ ପ୍ରଥମେ ଏକ ଟ୍ୟାବ ଦିଆଯାଏ. ସେଥିରେ ସେମାନେ ଖାଦ୍ୟ ଅର୍ଡର କରନ୍ତି. ପରେ ସେହି ଅର୍ଡର କିଚେନକୁ ଯାଏ. ପରେ ଖାଦ୍ୟ ପ୍ରସ୍ତୁତ ହୋଇସାରିବା ପରେ ରୋବଟ ତାକୁ ନେଇ ଗ୍ରାହକଙ୍କ ପାଖକୁ ଆସେ. ସେହି ରେସ୍ତୋରାଁରେ ଚାରିଜଣ ରୋବଟଙ୍କୁ ନିୟୋଜିତ କରାଯାଇଛି. ସାରାଦିନ କାମ କରିବା ପାଇଁ ରୋବଟଙ୍କୁ ତିନି ଘଣ୍ଟା ଧରି ଚାର୍ଜ କରାଯାଉଛି.

 

 

LEAVE A REPLY

Please enter your comment!
Please enter your name here