ଓଡିଶାର ବୌଗୋଳିକ ସୀମାରେ ପ୍ରବେଶ କରି ଆନ୍ଧ୍ରପ୍ରଦେଶ ସରକାର କୋଟିଆ ପଞ୍ଚାୟତରେ ନିର୍ବାଚନ କରିବା ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ପେଟ୍ରୋଲିଅମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଟ୍ବିଟ୍ କରି ଧର୍ମେନ୍ଦ୍ର କହିଛନ୍ତି, ନେଡିଗୁଡ କହୁଣୀକୁ ବୋହିଯିବା ପୂର୍ବରୁ ସରକାର ଯଦି ପଦକ୍ଷେପ ନ ନିଅନ୍ତି, ତେବେ ଆହୁରି ଖରାପ ପରିସ୍ଥିତି ସାମନା କରିବାକୁ ପଡିପାରେ । ସରକାର ଯଦିଓ ଆଇନଗତ ପଦକ୍ଷେପ ନେଇଛନ୍ତି, କିନ୍ତୁ ଏକ ନିର୍ଣ୍ଣାୟକ ସ୍ଥିତି ପର୍ଯ୍ୟନ୍ତ ନେବେ ବୋଲି ଆଶା କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଟ୍ବିଟ କରି ସେ କହିଛନ୍ତି, ଆମ ରାଜ୍ୟର ବୌଗୋଳିକ ସୀମାକୁ ସୁରକ୍ଷିତ କରିବା, ଏବଂ ସୀମାନ୍ତ ଅଞ୍ଚଳରେ ରହୁଥିବା ଆମର ଭାଇ ଭଉଣୀମାନଙ୍କୁ ଓଡିଶା ସହ ଯୋଡି ରଖିବା ଆମ ସମସ୍ତଙ୍କର ଦାୟିତ୍ବ । ଓଡିଶା ଭିତରେ ଆନ୍ଧ୍ରପ୍ରଦେଶର ପଞ୍ଚାୟତ ନିର୍ବାଚନ ଆଣ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ।