ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ କରି ଗିରଫ ହେଲା ରସିକିଆ ଅଧ୍ୟାପକ । ଘଟଣା ଆସିଛି ଆସିକାରୁ । ଅଶ୍ଳୀଳ ଫଟୋ ଭାଇରାଲ କରିଦେବି କହି ୬ ବର୍ଷ ଧରି ଦୁଷ୍କର୍ମ କରିଆସୁଥିଲେ ଅଧ୍ୟାପକ । ଗିରଫ ଅଭିଯୁକ୍ତ ଅଧ୍ୟାପକ ସୋରଡା କଲେଜର ଅର୍ଥନୀତି ବିଭାଗର ଅଧ୍ୟାପକ । ଛାତ୍ରୀ ଜଣଙ୍କ ଅଧ୍ୟାପକଙ୍କ ଘରକୁ ୨୦୧୪ରେ ଟିଉସନ ପାଇଁ ଯାଉଥିଲେ । ଏହାର ସୁଯୋଗ ନେଇ ଅଭିଯୁକ୍ତ ଅଧ୍ୟାପକ ତାଙ୍କୁ ଦୁଷ୍କର୍ମ କରୁଥିଲେ । ବହୁଥର ଦୁଷ୍କର୍ମ ସହ ଅଶ୍ଳୀଳ ଫଟୋ ଏବଂ ଭିଡିଓ ମଧ୍ୟ ଉତ୍ତୋଳନ କରିଥୁଲେ ଅଧ୍ୟାପକ । ଫଟୋ ଏବଂ ଭିଡିଓ ଭାଇରାଲ ଧମକ ଦେଇ ବର୍ଷ ବର୍ଷ ଧରି ଦୁଷ୍କର୍ମ କରିଆସୁଥିଲେ । ତେବେ ଛାତ୍ରୀ ଜଣଙ୍କ ଆଉ ରାଜି ନହେବାରୁ ଭିଡିଓ ଭାଇରାଲ କରିଥିଲେ ଅଧ୍ୟାପକ । ଏନେଇ ଆସିକା ଥାନାରେ ଅଭିଯୋଗ ପରେ ଅଧ୍ୟାପକଙ୍କୁ ଗିରଫ କରିଛି ପୋଲିସ ।