ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଇଉୠ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ । ଏନେଇ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । କ୍ରାଇମବ୍ରାଞ୍ଚ ଡିଏସପିଙ୍କ ନେତୃତ୍ୱରେ ତିନି ଜଣିଆ ଟିମ୍ ଗଠନ ହୋଇଛି । ପୂର୍ବରୁ ଏହି ମାମଲାର ଯାଞ୍ଚରେ କ୍ରାଇମବ୍ରାଞ୍ଚ ସମ୍ପୃକ୍ତ ଥିଲା । ମାମଲାର ତଦନ୍ତରେ ଗଜପତି ପୋଲିସକୁ ସହାୟତା କରୁଥିଲା କ୍ରାଇମବ୍ରାଞ୍ଚ।
ଗତ ଜୁଲାଇ ୧୨ ତାରିଖ ରାତି ପ୍ରାୟ ୯ଟା ସମୟରେ ସୌମ୍ୟରଞ୍ଜନ ପାରଳାଖେମୁଣ୍ଡି ସ୍ଥିତ ନିଜର ସରକାରୀ ବାସଭବନରେ ନିଆଁ ଲାଗି ୯୦% ପୋଡ଼ି ଯାଇଥିଲେ। ପରେ ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ସୌମ୍ୟଙ୍କ ପରିବାର ଅଭିଯୋଗ ଆଧାରରେ ପୋଲିସ ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀ, ଡିଏଫ୍ଓ ସଂଗ୍ରାମ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ହତ୍ୟା ସହ ଅପରାଧିକ ଷଡ଼ଯନ୍ତ୍ର ଦଫା ଲଗାଇଥିଲା। ପୋଲିସ ସମସ୍ତଙ୍କୁ ପଚରାଉଚରା କରିବା ସହ ଡିଏଫ୍ଓଙ୍କୁ କ୍ଲିନ୍‌ଚିଟ୍ ଦେଇଥିଲା। କିନ୍ତୁ ବିଭିନ୍ନ ପାରିପାର୍ଶିକ ପ୍ରମାଣ ଏବଂ ଘଟଣାବଳୀ ଆଧାରରେ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ଆଡ଼କୁ ଅଙ୍ଗୁଳି ଉଠି ଥିବାବେଳେ ଏଯାଏ ପୋଲିସ କୌଣସି ନିଷ୍କର୍ସରେ ପହଞ୍ଚି ପାରିନାହିଁ। ସୌମ୍ୟଙ୍କ ମୃତ୍ୟୁକୁ ମାସେ ପୁରି ଥିଲେ ମଧ୍ୟ ରହସ୍ୟ ଉପରୁ ପରଦା ହଟିପାରି ନାହିଁ।

LEAVE A REPLY

Please enter your comment!
Please enter your name here