ବହୁ ପ୍ରତିକ୍ଷିତ ପୁରୀରେ ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଶିଳାନ୍ୟାସ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଗଜପତି ମହାରାଜା ଏହି ପ୍ରକଳ୍ପର ଶିଳା ସ୍ଥାପନ କରିଥିଲେ । ବିଶ୍ୱର ସମସ୍ତ ଶ୍ରୀଜଗନ୍ନାଥ ଭକ୍ତଙ୍କ ପାଇଁ ଆଜି ଐତିହାସିକ ଦିନ । ଆଜି ଓଡିଶାବାସୀଙ୍କ ପାଇଁ ଏକ ପବିତ୍ର ଦିନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଜି ସକାଳେ ସୂର୍ଯ୍ୟପୂଜା , ଅଗ୍ନିପୂଜା ପରେ ଶିଳାସ୍ଥାପନ ଏବଂ ପୁଷ୍ପାଞ୍ଜଳି କାର୍ଯ୍ୟକ୍ରମ କରାଯାଇଥିଲା । ଏହି ପ୍ରକଳ୍ପ ଦ୍ୱାରା ଶ୍ରୀମନ୍ଦିର ଚତୁପାଶ୍ୱର୍ରେ ସୁରକ୍ଷା କରିଡର ସହ ସୌନ୍ଦର୍ଯ୍ୟକରଣ କରାଯାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ପରିକ୍ରମା ମାର୍ଗ ମଡେଲ ଅନାବରଣ କରିଛନ୍ତି । ମହାଯଜ୍ଞ ଓ ମୁଖ୍ୟମନ୍ତ୍ରୀଙ୍କ ପୁରୀ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ହୋଇଛି । ବଡଦାଣ୍ଡରୁ କେତେ ଉଠାଦୋକାନକୁ ଉଚ୍ଛେଦ କରାଯାଇଛି । ଦେକାନ ବନ୍ଦ ରଖିବାକୁ ବି ନିର୍ଦ୍ଦେଶ ଦିଆଯାଇଛି । ଆଜିର ଶିଳାନ୍ୟାସ ପରେ ପରିକ୍ରମା ମାର୍ଗ ନିର୍ମାଣ କାମ ଆରମ୍ଭ କରିବ ଟାଟା ପ୍ରକଳ୍ପ । ୧୮ ମାସ ମଧ୍ୟରେ କାମ ସାରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ୩୩୧କୋଟି ୩୮ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ।

LEAVE A REPLY

Please enter your comment!
Please enter your name here