ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭ ଜଣ ବିଦେଶ ଫେରନ୍ତା କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବଂ ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ଜିନୋମ ସ୍ୱିକେସିଂ ପରେ ଓମିକ୍ରନ ଚିହ୍ନଟ ହୋଇନାହାଁନ୍ତି । ଆଉ ୩ ଜଣଙ୍କର ନମୂନା ଜିନମ ସିକ୍ୟୁଏନ୍ସ ପାଇଁ ଯାଇଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ବିଭିନ୍ନ ମଡେଲ ଦେଖାଉଥିବା ଭବିଷ୍ୟବାଣୀ ଗୋଟିଏ ପରିସଂଖ୍ୟନ ଉପରେ ଆଧାରିତ । ଆଇଆଇଟି ମଡେଲ ଅନୁସାରେ , ଯଦି ରୋଗ ପ୍ରତିରୋଧକ ଶକ୍ତି ପର୍ଯ୍ୟାପ୍ତ ପରିମାଣର ନଥାଏ । ତେବେ ଦିନକୁ ଦେଢଲକ୍ଷ ପର୍ଯ୍ୟନ୍ତ ସଙ୍କ୍ରମିତ ବାହାରିପାରନ୍ତି । ସର୍ଭେଲାନ୍ସ କରିବା ସବୁଠାରୁ ଭଲ ଉପାୟ । ସିଡିସି କହିଛନ୍ତି, ଓମିକ୍ରନ୍ ପ୍ରଜାତି ଅଧିକ ସଂକ୍ରମକ । କିନ୍ତୁ ଆକ୍ରାନ୍ତ ଅଧିକ ଗୁରୁତର ହେଉନାହାନ୍ତି, ଅକ୍ସିଜେନ ବ୍ୟବହାର ଓ ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା ବଢୁନି। ତେବେ ତାକୁ ଭାବିକି ପ୍ରସ୍ତୁତ ନ ରହିବା ଠିକ୍ ନୁହେଁ। ସମାଜର ବି ଭୂମିକା ଅଛି ।