ଆଜିଠାରୁ ଆରମ୍ଭ ହୋଇଛି ବିଧାନସଭାର ମୌସୁମୀ ଅଧିବେଶନ । ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ , ଯଶ୍ୱସ୍ୱୀ କବି, ପ୍ରଚଣ୍ଡ ପ୍ରଜ୍ଞାର ଅଧିକାରୀ ଭାରତୀୟ ରାଜନୀତିର ଅଜାତ ଶତ୍ରୁ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଚଳି ଜଣାଇଛି ଗୃହ । ଆଜି ଗୃହରେ କେବଳ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଯିବ, ଗୃହର ଅନ୍ୟ କୌଣସି କାମ ହେବ ନାହିଁ । ବୁଧବାର ଦିନ ଗୃହରେ ୨୦୧୮-୧୯ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଉପସ୍ଥାପିତ ହେବାର କାର୍ଯ୍ୟକ୍ରମ ରହିଛି ।
ବିଧାନସଭା ଆରମ୍ଭ ମାତ୍ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପରଲୋକରେ ଶୋକପ୍ରସ୍ତାବ ଆଗତ କରିଥିଲେ । ପରେ ପରେ ବିରୋଧି ଦଳ ନେତା ତଥା କଂଗ୍ରେସ ବିଧାୟକ ନରସିଂହ ମିଶ୍ର ଶୋକପ୍ରସ୍ତାବ ଉପରେ ଅଭିଭାଷଣ ରଖିଛନ୍ତି ।
ସେପ୍ଟେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମୌସୁମୀ ଅଧିବେଶନରେ ମୋଟ୍ ୧୧ଟି କାର୍ଯ୍ୟଦିବସ ରହିଛି । ୬ ତାରିଖରେ ବିଧାନ ପରିଷଦ ନେଇ ସଂକଳ୍ପ ଆସିବ । ଅଧିବେଶନରେ ମୋଟ୍ ୪ଟି ବିଲ୍ ଆସିବ ।

LEAVE A REPLY

Please enter your comment!
Please enter your name here