ସାଧାରଣ ଲୋକଙ୍କ ନିଦ ହଜାଇଲାଣି ତେଲ ଦର । ପ୍ରତିଦିନ ବଢୁଛି ପେଟ୍ରୋଲ , ଡିଜେଲ ଦର । ଗତ ୧୩ ଦିନ ଭିତରେ ୧୧ ଥର ପାଇଁ ଆଜି ପୁଣି ମହଙ୍ଗା ହେଲା ପେଟ୍ରୋଲ,ଡିଜେଲ ଦର। ବ୍ରହ୍ମପୁର ସହରରେ ପେଟ୍ରୋଲ ଲିଟର ପିଛା ୧୧୧ ଟଙ୍କା ୮୩ ପଇସା ଥିବାବେଳେ ଡିଜେଲ ଲିଟର ପିଛା ୧୦୧ ଟଙ୍କା ୫୪ ପଇସା ରହିଛି । ଦର ବୃଦ୍ଧିକୁ ନେଇ ସମସ୍ତଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି । ଭୁବନେଶ୍ୱରରେ ପେଟ୍ରୋଲ ଦର ୧୧୦ ଟଙ୍କା ୫୩ ପଇସା ଥିବାବେଳେ ଡିଜେଲ ୧୦୦ ଟଙ୍କା ପାର୍ କରି ୧୦୦ ଟଙ୍କା ୨୩ ପଇସାରେ ପହଁଞ୍ଚିଛି । ସେହିପରି ଦିଲ୍ଲୀରେ ୮୦ ପଇସା ଲେଖାଏଁ ବଢ଼ିଲା ପେଟ୍ରୋଲ ଓ ଡିଜେଲ ଦାମ ବଢ଼ିଥିବା ବେଳେ ମୁମ୍ବାଇରେ ପେଟ୍ରୋଲ ୮୪ ଓ ଡିଜେଲ ୮୫ ପଇସା ବଢ଼ିଛି । ସେହିପରି ଚେନ୍ନାଇରେ ଉଭୟ ପେଟ୍ରୋଲ ଓ ଡିଜେଲ ଦାମ ୭୫ ପଇସା ଲେଖାଏଁ ବଢ଼ିଛି ସେହିପରି କୋଲକାତାରେ ପେଟ୍ରୋଲ ୮୪ ଓ ଡିଜେଲ ୮୦ ପଇସା ବଢ଼ିଛି ।