କେନ୍ଦ୍ରମନ୍ତ୍ରୀ ମିଟିଂ ଡାକିଲେ । ଅଥଚ ଜିଲ୍ଲାପାଳ ଆସିଲେନି । ବଡ ଅଜବ ଶାସନ ବ୍ୟବସ୍ଥା ଆମର । କେନ୍ଦ୍ରୀୟ ଯୋଜନାର ସମୀକ୍ଷା କରିବାକୁ କୋରାପୁଟ ଗସ୍ତରେ ଆସିଥିଲେ କେନ୍ଦ୍ରମନ୍ତ୍ରୀ ସଞ୍ଜୀବ ବାଲ୍ୟାନ । ମାତ୍ର ସମୀକ୍ଷା ବୈଠକକୁ ଆସିଲେନି ଜିଲ୍ଲାପାଳ । କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତର ବହୁପୂର୍ବରୁ ଏ ସଂପର୍କରେ ଜିଲ୍ଲାପାଳଙ୍କୁ ଜଣାଇ ଦିଆଯାଇଥିଲେ ହେଁ ତାଙ୍କର ଅନୁପସ୍ଥିତିକୁ ଅସନ୍ତୋଷ ପ୍ରକାଶ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ମାତ୍ର କେବଳ ଜିଲ୍ଲାପାଳ ନୁହଁନ୍ତି, ବୈଠକରେ ରାଜ୍ୟ ସରକାରଙ୍କ ବହୁ ଅଧିକାରୀ ଅନୁପସ୍ଥିତ ଥିବାରୁ ସମୀକ୍ଷା ଠିକରେ କରିପାରି ନ ଥିଲେ ମନ୍ତ୍ରୀ । ଜିଲ୍ଲାର ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କେନ୍ଦ୍ରମନ୍ତ୍ରୀ ବାଲ୍ୟାନ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ବାଲ୍ୟାନ ଯାହା ତଥ୍ୟ ମାଗିଲେ, ତାହା ମଧ୍ୟ ମିଳି ନ ଥିଲା । ତେଣୁ କେନ୍ଦ୍ରମନ୍ତ୍ରୀଙ୍କ କେନ୍ଦ୍ର ଯୋଜନା ସମୀକ୍ଷା କୋରାପୁଟରେ ପୁରା ପାଣି ଫାଟିଗଲା ।

LEAVE A REPLY

Please enter your comment!
Please enter your name here