ଇତିହାସ ରଚିଲା ଭାରତ । ଭାରତୀୟ ବ୍ୟାଡମିଣ୍ଟନ ଟିମର ଐତିହାସିକ ସଫଳତା । ଇଣ୍ଡୋନେସିଆକୁ 3-0ରେ ହରାଇ ଥୋମାସ୍ କପ୍ ଜିତିଲା ଭାରତ । ଦୀର୍ଘ 73 ବର୍ଷ ପରେ ଭାରତ ଏହି ଐତିହାସିକ ସଫଳତା ହାସଲ କରିଛି । ପ୍ରଥମଥର ପାଇଁ ଭାରତ ଏହି ଟାଇଟଲ ହାସଲ କରିଛି । ସବୁଠୁ ଉଲ୍ଲେଖନୀୟ କଥା ହେଉଛି, 14 ଥରର ଚାମ୍ପିଅନ ଇଣ୍ଡୋନେସିଆକୁ ଭାରତ ହରାଇ ଏହି ଗୌରବ ହାସଲ କରିଛି । 20 ବର୍ଷୀୟ ଲକ୍ଷ ସେନ୍ ଟୋକିଓ ଅଲିମ୍ପିକର ବ୍ରୋଞ୍ଚ ପଦକଧାରୀ ଆନ୍ଥୋନୀ ଜିଣ୍ଟିଙ୍କୁ ହରାଇବା ପରେ ଭାରତର ଥୋମାସ କପ୍ ଚାମ୍ପିଅନ ଆଶା ଉଜ୍ଜବଳ ହୋଇଉଠିଥିଲା । ସାତ୍ତ୍ବିକ ସାଇରାଜ ରାଙ୍କି ରେଡ୍ଡି ଓ ଚିରାକ୍ ସେଟ୍ଟୀ 2-0ରେ ଭାରତକୁ ଆଗକୁ ବଢାଇଥିଲେ ।
ଭାରତୀୟ ବ୍ୟାଡମିଣ୍ଟନ ଟିମର ଏହି ଐତିହାସିକ ସଫଳତା ପାଇଁ 1 କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି କେନ୍ଦ୍ର କ୍ରୀଡା ମନ୍ତ୍ରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ୍ କରି ବ୍ୟାଡମିଣ୍ଟନ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here