ଶ୍ରୀଲିଙ୍ଗରାଜ ମନ୍ଦିର ଅଧ୍ୟାଦେଶ ଉପରେ ରୋକ୍ ଲଗାଇଲା କେନ୍ଦ୍ର । ରାଜ୍ୟ ବିଧାନସଭାରେ ପାରିତ ହେବା ପରେ ଅଧ୍ୟାଦେଶଟିକୁ ଅନୁମୋଦନ ପାଇଁ କେନ୍ଦ୍ରକୁ ପଠାଯାଇଥିଲା । ମାତ୍ର ଅଧ୍ୟାଦେଶର କେତେକ ଅନୁଚ୍ଛେଦ ଉପରେ ଆପତ୍ତି ଉଠାଇଛନ୍ତି କେନ୍ଦ୍ର ସରକାର । ପୁରୀ ଶ୍ରୀମନ୍ଦିର ଭଳି ଭୁବନେଶ୍ବରର ଲିଙ୍ଗରାଜ ମନ୍ଦିର ଏବଂ ଏହାର ଆଖପାଖରେ ଥିବା 8ଟି ମନ୍ଦିର ପାଇଁ ଏକ ସ୍ବତନ୍ତ୍ର ଆଇନ ପ୍ରଣୟନ କରିବାକୁ ଏହି ଅଧ୍ୟାଦେଶ ପ୍ରସ୍ତୁତ କରାଯାଇଥିଲା । କେନ୍ଦ୍ର ସରକାରଙ୍କ ଆପତ୍ତି ଉପରେ ଦୁଇଥର ରାଜ୍ୟ ସରକାରଙ୍କ ପକ୍ଷରୁ ଭିଡିଓ କନଫରେନ୍ସିଂ ଜରିଆରେ ସ୍ପଷ୍ଟିକରଣ ଦିଆଯାଇଥିଲା । ଏହାସତ୍ତ୍ବେ କେନ୍ଦ୍ର ସରକାରଙ୍କ ଗୃହ ମନ୍ତ୍ରାଳୟ ଅଧ୍ୟାଦେଶ ଉପରେ ରୋକ ଲଗାଇବା ନେଇ ଆପତ୍ତି ଉଠାଇଛନ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା । ସେ କହିଛନ୍ତି, କାଶୀ ବିଶ୍ବନାଥ, କେଦାରନାଥ ଓ ସୋମନାଥ ମନ୍ଦିର ପାଇଁ ଯଦି ସ୍ବତନ୍ତ୍ର ଆଇନ ପ୍ରଣୟନ ହୋଇପାରୁଛି, ତେବେ ଲିଙ୍ଗରାଜଙ୍କ ପାଇଁ କାହିଁକି ହେବନାହିଁ । ଧର୍ମାନୁଷ୍ଠାନକୁ ନେଇ ବାଛ ବିଚାର କରନ୍ତୁ ନାହିଁ ବୋଲି ଅଶୋକ ପଣ୍ଡା କହିଥିବା ବେଳେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଇନରେ ଯାହା ବ୍ୟବସ୍ଥା ଥିବ, ସେହି ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ତେବେ ଏଭଳି ଆଇନ ଆଣିବା ପାଇଁ ରାଜ୍ୟ ସରକାରଙ୍କ କ୍ଷମତା ନାହିଁ ବୋଲି କହିଛି କେନ୍ଦ୍ର ।

LEAVE A REPLY

Please enter your comment!
Please enter your name here