ଅଲମ୍ପିଆନ ଦୂତୀ ଚାନ୍ଦଙ୍କ ସହ ବି ହୋଇଥିଲା ରାଗିଂ । ଭୁବନେଶ୍ୱର ସ୍ପୋର୍ଟସ ହଷ୍ଟେଲରେ ମୋ ସହ ରାଗିଂ କରାଯାଇଥିଲା । ୨୦୦୬ରୁ ୨୦୦୮ ମସିହା ଯାଏଁ କ୍ୟାରିଅର ଆରମ୍ଭ କରୁଥିବାବେଳେ ଦୂତୀ ସ୍ପୋର୍ଟସ ହଷ୍ଟେଲରେ ରହୁଥିଲେ । ଏହି ସମୟରେ ତାଙ୍କୁ ରାଗିଂ କରିଥିଲେ ସିନିୟର ଖେଳାଳୀ । ହଷ୍ଟେଲରେ ସିନିୟରଙ୍କ ବଡି ମସାଜ କରିବା , କପଡା ଧୋଇବା ଭଳି କାମ ସେ କରିଛନ୍ତି । ଯଦି ସିିନିୟରଙ୍କ କଥା ଶୁଣିବେନି ତେବେ ଆହୁରି ଟର୍ଚର ସହିବାକୁ ପଡୁଥିଲା । ପରିବାରର ଅବସ୍ଥା, ଆର୍ଥିକ ସ୍ଥିତିକୁ ନେଇ ମଧ୍ୟ କମେଣ୍ଟ ମାରୁଥିଲେ ସିନିୟର ଖେଳାଳୀ । ଏ ସମ୍ପର୍କରେ ଅଭିଯୋଗ କରିବା ପରେ ବି କେହି ଶୁଣିନଥିଲେ । ହଷ୍ଟେଲ ଇନଚାର୍ଜକୁ ଜଣାଇବା ପରେ ବି ସେ ଗାଳି ଗୁଲଜ କରି ଏହାକୁ ଚୁପଚାପ ସହିବାକୁ କହୁଥିଲେ । ଏଭଳି ଘଟଣା କାହାକୁ କହି ହେଉନଥିଲା କି ସହି ହେଉନଥିଲା ବୋଲି ଦୂତୀ ସୋସିଆଲ ମିଡିଆରେ କମେଣ୍ଟ ଦେଇ ଲେଖିଛନ୍ତି ।