ସୁଇସାଇଡ ନୋଟରେ ବିଜେବି କଲେଜ ଛାତ୍ରୀ ରୁଚିକା ସ୍ପଷ୍ଟ ଭାବରେ ତାଙ୍କ ମୃତ୍ୟୁର କାରଣ ୩ ଜଣ ସିନିୟର ଛାତ୍ରୀ ବୋଲି ଉଲ୍ଲେଖ କରିଛନ୍ତି । ହଷ୍ଟେଲରେ ନିର୍ଦ୍ଧିଷ୍ଟ ୩ ଜଣ ଛାତ୍ରୀ ତାଙ୍କୁ ଏଭଳି ଅକଥନୀୟ ଅତ୍ୟାଚାର କଲେ ଯେ, ସେ ମୃତ୍ୟୁର ପଥକୁ ବାଛିନେଲେ । ଏପରିକି ଅତ୍ୟାଚାର ସମ୍ପର୍କରେ ସେ ବାପା-ମା’ କି ସାଙ୍ଗସାଥୀଙ୍କୁ ଜଣାଇପାରିଲେ ନାହିଁ । ପ୍ରଶ୍ନ ଉଠୁଛି ,ହଷ୍ଟେଲ କର୍ତ୍ତୃପକ୍ଷ କରୁଥିଲେ କଣ? । ର‌୍ୟାଗିଂ ଭଳି ଅଶୋଭନୀୟ ଆଚରଣକୁ ବିଜେବି କଲେଜ ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ କର୍ତ୍ତୃପକ୍ଷ କେମିତି ପ୍ରଶ୍ରୟ ଦେଇଥିଲେ, ତାହା ସବୁଠୁ ବଡ ପ୍ରଶ୍ନ । ରୁଚିକାଙ୍କ ଆତ୍ମହତ୍ୟା ପରେ ତାଙ୍କ ବାପା-ମା’ ହଷ୍ଟେଲରେ ପହଁଞ୍ଚିବାବେଳକୁ ସନ୍ଦିଗ୍ଧ ୩ ସିନିୟର ଛାତ୍ରୀଙ୍କୁ ହଷ୍ଟେଲ କର୍ତ୍ତୃପକ୍ଷ ଯିବାକୁ ଛାଡିଦେଇଥିବା ଅଭିଯୋଗ ହୋଇଛି । ଏବେ ସେହି ଅଭିଯୁକ୍ତ ଛାତ୍ରୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ଆବଶ୍ୟକ ରହିଛି । ତତସହିତ ହଷ୍ଟେଲ ଦାୟିତ୍ୱରେ ଥିବା ୱାର୍ଡେନ ମଧ୍ୟ ଦୋଷମୁକ୍ତ ନୁହଁନ୍ତି । ଜଣେ ଛାତ୍ରୀର ଅମୂଲ୍ୟ ଜୀବନ ଯେଉଁମାନଙ୍କ ପାଇଁ ଚାଲିଗଲା ତଦନ୍ତ କରି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦରକାର ।

LEAVE A REPLY

Please enter your comment!
Please enter your name here