ଖୁବଶୀଘ୍ର ଦେଶରୁ ମୌସୁମୀ ଲେଉଟାଣୀ । ଆଗାମୀ ତିନି ଦିନ ମଧ୍ୟରେ ମୌସୁମୀ ଫେରିବା ପାଇଁ ପାଗ ଅନୁୁକୁଳ ରହିଛି । ଦେଶର ଉତ୍ତର ପଶ୍ଚିମ ଭାଗରୁ ମୌସୁମୀ ପ୍ରତ୍ତ୍ୟାବର୍ତ୍ତନ ହେବ । ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ ଘନୀଭୂତ ହେଉଛି । ପ୍ରଭାବରେ ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସକାଳୁ ସକାଳୁ ଟ୍ୱିନ୍ ସିଟିରେ ଲଗାଣ ବର୍ଷା ଆରମ୍ଭ ହୋଇସାରିଛି । ଦକ୍ଷିଣ ଉପକୂଳ ଓଡିଶାରେ କିଛି ଜିଲ୍ଲାରେ ବର୍ଷା ପ୍ରଭାବ ଲାଗି ରହିଛି । ଆଜି ପାଇଁ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ୨୦ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପ ସାଗରରେ ଏକ ଲଘୁଚାପ ସମ୍ଭାବନା ରହିଛି । ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟରେ ୨୦ ଏବଂ ୨୧ରେ ବର୍ଷା ସହିତ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ପାଇଁ ଆଜି ୧୭ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।

LEAVE A REPLY

Please enter your comment!
Please enter your name here