ଗତ ୨୪ ଘଣ୍ଟାରେ ୬ ଶିଶୁଙ୍କର ମୃତ୍ୟୁ । ଡାକ୍ତରଙ୍କ ଅବହେଳା ଯୋଗୁଁ ଚାଲିଯାଇଛି ୬ ଜଣ ଶିଶୁଙ୍କ ଜୀବନ । ଏହି ଅଭିଯୋଗ ଆଣିଛନ୍ତି ମୃତ ଶିଶୁଙ୍କ ପରିବାର ଲୋକ । କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗରେ ୬ ଜଣ ଶିଶୁଙ୍କର ମୃତ୍ୟୁ ହୋଇଛି । ସଠିକ ସମୟରେ ଡାକ୍ତର ନଆସିବାରୁ ଶିଶୁମାନଙ୍କୁ ସଠିକ୍ ଚିକିତ୍ସା ମିଳିପାରିନଥିଲା । ଯେଉଁଥିପାଇଁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ ଆଣିଛନ୍ତି ମୃତ ଶିଶୁଙ୍କ ପରିବାର ଲୋକ । ୨ ସପ୍ତାହରେ ୧୩ ଜଣ ଶିଶୁ ଆଖି ବୁଜିଲେଣି । ଏନେଇ ମେଡିକାଲରେ ପ୍ରବଳ ଉତ୍ତେଜନା ଲାଗିରହିଛି ।

LEAVE A REPLY

Please enter your comment!
Please enter your name here