ଉତ୍ତରାଖଣ୍ଡର ରିଷିକେଶରେ ଏକ ରିସର୍ଟରେ ରିସେପସନିଷ୍ଟ ଭାବେ କାମ କରୁଥିଲେ 19 ବର୍ଷିୟା ଅଙ୍କିତା ଭଣ୍ଡାରୀ । ଦେଖିବାକୁ ଖୁିବ୍ ସୁନ୍ଦର ଅଙ୍କିତାଙ୍କୁ ଦେହ ବ୍ୟବସାୟରେ ଲଗାଇବାକୁ ବାଧ୍ୟ କରୁଥିଲେ ରିସର୍ଟ ମାଲିକ ପୁଲକିତ ଆର୍ଯ୍ୟ । ପୁଲକିତଙ୍କ ବାପା ଉତ୍ତରାଖଣ୍ଡ ବିଜେପିର ଜଣେ ପ୍ରଭାବଶାଳୀ ନେତା ତଥା ପୂର୍ବତନ ମନ୍ତ୍ରୀ । ତାଙ୍କ ଭାଇ ଉତ୍ତରାଖଣ୍ଡ ଓବିସି କଲ୍ୟାଣ କମିଶନର ଉପାଧ୍ୟକ୍ଷ । ରାଜନୈତିକ ପ୍ରଭାବଶାଳୀ ପୁଲକିତ ଦୀର୍ଘଦିନ ଧରି ଅଙ୍କିତାଙ୍କୁ ଯୌନ ଶୋଷଣ କରିବାକୁ ଉଦ୍ୟମ କରୁଥିଲେ । ମାତ୍ର ରିସର୍ଟ ମାଲିକଙ୍କ କଥାରେ ରାଜି ନ ଥିଲେ ଅଙ୍କିତା । ଗତ 18 ତାରିଖରୁ ଅଙ୍କିତା ହଠାତ ନିଖୋଜ ହୋଇଯିବା ପରେ ଘଟଣା ପଦାକୁ ଆସିଥିଲା । ଅଙ୍କିତାଙ୍କ ପରିବାର ଲୋକେ ଥାନାରେ ଏତଲା ଦେବା ପରେ ପୋଲିସ ତଦନ୍ତ ଆରମ୍ଭ ହୋଇଥିଲା । ଅଙ୍କିତାଙ୍କ ପୁଲକିତଙ୍କ ଯୌନ କେଳେଙ୍କାରୀ କଥା ତାଙ୍କ ସାଙ୍ଗମାନଙ୍କ ସହ ହ୍ୱାଟ୍ସଆପରେ ସେୟାର କରିଥିବା ଜଣାପଡିବା ପରେ ପୋଲିସ ରିସର୍ଟର ମ୍ୟନେଜରଙ୍କୁ ନେଇ ପଚରାଉଚରା କରିଥିଲା । ପୋଲିସ ତଦନ୍ତରେ ରିସର୍ଟ ମ୍ୟାନେଜର ଅଙ୍କିତାଙ୍କୁ ସେମାନେ ହତ୍ୟା ରିସର୍ଟ ଭିତରେ ହତ୍ୟା କରିବା ପରେ କେନାଲରେ ଫିଙ୍ଗିଦେଇଥିବା ସ୍ବୀକାର କରିଥିଲେ । ପୋଲିସ ଫେରାର ଥିବା ପୁଲକିତକୁ ହରିଦ୍ବାରରୁ ଗିରଫ କରିଛି ।

LEAVE A REPLY

Please enter your comment!
Please enter your name here