ଐତିହାସିକ କଟକ ବାଲିଯାତ୍ରା ଗୋଟିଏ ଦିନ ବଢିଲା । ଗୋଟିଏ ଦିନ ବୃଦ୍ଧି ନେଇ କଟକ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବୁଧବାର ଶେଷ ହେବାର ଥିଲା, ଗୁରୁବାର ସରିବ ବାଲିଯାତ୍ରା । ଯାତ୍ରୀଙ୍କ ଉତ୍ସାହ, ବ୍ୟବସାୟକୁ ଦୃଷ୍ଟିରେ ରଖି ଏହାକୁ ଆଉ ଗୋଟିଏ ଦିନ ବୃଦ୍ଧି କରାଯାଇଛି । । ନିଷ୍ପତ୍ତିକୁ ଅନୁମୋଦନ ଦେବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରାଯାଇଥିଲା । । ୧୪ ଶହ ଷ୍ଟଲ ଏବଂ ଦୁଇ ହଜାରରୁ ଅଧିକ ବ୍ୟବସାୟୀଙ୍କୁ ନେଇ ଚାଲିଛି ଯାତ୍ରା । ରବିବାର ବାଲିଯାତ୍ରାରେ ରେକର୍ଡ ସଂଖ୍ୟକ ଦର୍ଶକଙ୍କ ଭିଡ ଜମିଥିଲା । ସୋମାବାର ମଧ୍ୟ ୫ ଲକ୍ଷରୁ ଅଧିକ ଲୋକ ବାଲିଯାତ୍ରା ବୁଲିଛନ୍ତି । ଗତ ୮ ତାରିଖରୁ ଆରମ୍ଭ ହୋଇଛି କଟକର ଐତିହାସକ ବାଲିଯାତ୍ରା ।