ପୁରୀ ସହରରେ ବ୍ୟାପୁଛି ଝାଡାବାନ୍ତି । ପୁରୀ ପୌରାଞ୍ଚଳରେ ବ୍ୟାପୁଥିବା ଝାଡାବାନ୍ତିରେ ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ଦୂଷିତ ପାଣି ପିଇ ଝାଡାବାନ୍ତିରେ ଆକ୍ରାନ୍ତଥିବା ପଦ୍ମଚରଣ ଖୁଣ୍ଟିଆ ନାମକ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ଗତ ୧୨ ତାରିଖରୁ ତାଙ୍କର ଝାଡାବାନ୍ତି ଲାଗି ରହୁଥିଲା । ଗୁରୁବାର କିଛିଟା ସୁସ୍ଥ ଅନୁଭବ କରିଥିଲେ । ହେଲେ ଗତରାତିରେ ପଦ୍ମଚରଣଙ୍କ ମୃତ୍ୟୁ ହୋଇଯାଇଛି । ଡାଇରିଆ ଯୋଗୁଁ ପଦ୍ମଚରଣଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ପଦ୍ମଚରଣଙ୍କୁ ମିଶାଇ ଡାଇରିଆର ମୃତ୍ୟୁ ସଂଖ୍ୟା ୨ରେ ପହଁଞ୍ଚିଛି । ପୂର୍ବରୁ ପୁରୀ ଡାକ୍ତରଖାନାରେ ଆଉ ଜଣେ ଝାଡାବାନ୍ତି ଆକ୍ରାନ୍ତଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା ।