ଆଜି ହେବ ସବୁଠୁ ଲମ୍ବା ରାତି । ସନ୍ଧ୍ୟାରେ ସୂର୍ଯ୍ୟଅସ୍ତ ଠାରୁ ଆସନ୍ତା କାଲି ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ସମୟ ରହିବ ୧୩ ଘଣ୍ଟା ୧୯ ମିନିଟ୍ । ଅର୍ଥାତ୍ ୧୩ ଘଣ୍ଟା ୧୯ ମିନିଟ୍ ରହିବ ରାତିର ଅବଧି । ସେହିପରି ସବୁଠୁ ଛୋଟ ଦିନ ବି ଦେଖିବେ । ଦିନର ଅବଧି ରହିବ ୧୦ ଘଣ୍ଟା ୪୧ ମିନିଟ୍ । ପ୍ରତିବର୍ଷ ୨୧ କିମ୍ବା ୨୨ରେ ଦିନ ଛୋଟ ଏବଂ ରାତି ସବୁଠୁ ବଡ ହୋଇଥାଏ । ଆଜି ସୂର୍ଯ୍ୟ ଚରିପଟେ ପୃଥିବୀ ଘୁରିବା ସମୟରେ ସୂର୍ଯ୍ୟ ମକର ରେଖା ଉପରେ ଲମ୍ବିତ ହେବ। ଏହି କାରଣ ଯୋଗୁ ଦକ୍ଷିଣ ଗୋଲାର୍ଦ୍ଧରେ ଦିନ ବଡ ରହିବ ଓ ଉତ୍ତର ଗୋଲାର୍ଦ୍ଧରେ ଛୋଟ ହେବ ଦିନ।