ଚୀନରେ କରୋନା ସଙ୍କ୍ରମଣ ବଢିବା ପରେ ଏବେ ରାଜ୍ୟରେ ଛନକା । କରୋନା ପରିସ୍ଥିତି ନେଇ ଆସନ୍ତାକାଲି ଅପରାହ୍ନ ୪ଟା ୩୦ରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ । ସ୍ୱାସ୍ଥ୍ୟ ମନ୍ତ୍ରୀ , ସ୍ୱାସ୍ଥ୍ୟ ସଚିବଙ୍କ ସହିତ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ ଏଥିରେ ଉପସ୍ଥିତ ରହିବେ । ଏହାସହିତ ଜିଲ୍ଲା ମୁଖ୍ୟଞ ଚିକିତ୍ସାଧିକାରୀ, ମେଡିକାଲ କଲେଜ କର୍ତ୍ତୃପକ୍ଷ ବି ବୈଠକରେ ରହିବେ । ଆଗାମୀ ଦିନ ପାଇଁ କୋଭିଡ ମୁକାବିଲାର ରଣନୀତି ନେଇ ଏଥିରେ ଆଲୋଚନା ହେବ । ରାଜ୍ୟରେ ମେଡିକାଲ ବେଡ୍ , ଅକ୍ସିଜେନ ବ୍ୟବସ୍ଥା ମହଜୁଦ ରଖିବା ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ରହିଛି । ଯଦି ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ବଢେ ତେବେ ମେଡିକାଲରେ କଣ ସବୁ ବ୍ୟବସ୍ଥା ରହିବ ସେନେଇ ଆସନ୍ତାକାଲି ମକଡ୍ରିଲ ହେବ ।

LEAVE A REPLY

Please enter your comment!
Please enter your name here