ଲୋକପ୍ରିୟ ସଙ୍ଗୀତକାର ହ୍ୟୁମାନ ସାଗରଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ । ଅଭିଯୋଗ ଆଣିଛନ୍ତି ତାଙ୍କ ପତ୍ନୀ ଶ୍ରେୟା । ଶ୍ରେୟାଙ୍କ ଅଭିଯୋଗ ଆଧାରରେ କଟକ ମହିଳା ଥାନାରେ ହାଜର ହୋଇଛନ୍ତି ହ୍ୟୁମାନ । ଥାନାରେ ହାଜର ହେବା ପରେ ହ୍ୟୁମାନ କହିଛନ୍ତି, ଅଭିଯୋଗ ସଂପର୍କରେ ସେ କିଛି ଜାଣି ନାହାଁନ୍ତି । ପୋଲିସ ସମନ ପାଇ ସେ ଥାନାକୁ ଆସିଛନ୍ତି ।
ଅପରପକ୍ଷରେ ହ୍ୟୁମାନ ତାଙ୍କ ପତ୍ନୀ ଶ୍ରେୟାଙ୍କୁ ନିର୍ଯାତନା ଦେଇ ଆସୁଥିଲେ ଏବଂ ତାଙ୍କର ଧର୍ମାନ୍ତରୀକରଣ ପାଇଁ ଜୋର ଜବରଦସ୍ତ ଉଦ୍ୟମ କରୁଥିଲେ ବୋଲି ଶ୍ରେୟାଙ୍କ ଓକିଲ କହିଛନ୍ତି । ଶ୍ରେୟା ବ୍ରାହ୍ମଣ ପରିବାରର ହୋଇଥିବା ବେଳେ ହ୍ୟୁମାନ ଖ୍ରୀଷ୍ଟିଆନ ।
ହ୍ୟୁମାନଙ୍କ ଶ୍ବଶୁର କହିଛନ୍ତି, ଝିଅର ଡେଲିଭରୀ ପରଠାରୁ ହ୍ୟୁମାନ ତାଙ୍କୁ ନିର୍ଯାତନା ଦେଇ ଆସୁଛନ୍ତି । ମଦ ପିଇ ଶ୍ରେୟାଙ୍କୁ ମାଡ ମାରନ୍ତି । ଏପରିକି ଝିଅକୁ ତଣ୍ଟି ଚିପି ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି ଶ୍ରେୟାଙ୍କ ବାପା କହିଛନ୍ତି ।
ଶ୍ରେୟାଙ୍କ ବାପା ଶ୍ରୀକାନ୍ତ ମିଶ୍ର ଅଭିଯୋଗ କରିଛନ୍ତି, ହ୍ୟୁମାନଙ୍କ ଅନ୍ୟ ଝିଅ ସାଙ୍ଗେ ସଂପର୍କ ରହିଛି । କେବଳ ସେତିକି ନୁହେଁ, ବାହାଘର ପରଠାରୁ ହ୍ୟୁମାନ ନିୟମିତ ଭାବେ ଯୌତୁକ ଦାବି କରି ଆସୁଥିଲେ । ଗୋଟେଥର ତାଙ୍କୁ 10 ଲକ୍ଷ ଏବଂ ଆଉଥରେ ସେ 5 ଲକ୍ଷ ଟଙ୍କା ଦେଇଥିଲେ । ନିର୍ଯାତନା ସୀମା ଟପିବା ପରେ ଶ୍ରେୟା ନ୍ୟାୟ ପାଇଁ ବାଧ୍ୟ ହୋଇ ଥାନାର ଦ୍ବାରସ୍ଥ ହୋଇଛି ।

LEAVE A REPLY

Please enter your comment!
Please enter your name here