ରାଜନୀତି ମଇଦାନରେ ଦୁଇ ପୁଅଙ୍କ ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି ସୁର । ଗତକାଲି ସୁର ରାଉତରାୟ ତାଙ୍କ ବଡ ପୁଅ ସିର୍ଦ୍ଧାର୍ଥଙ୍କ ସହ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ଭେଟିବା ପରେ ସୁର କହିଥିଲେ ତାଙ୍କ ବଡ ପୁଅର ସଫଳତା ବିଷୟରେ ମୁଖ୍ୟମନ୍ତ୍ରୀ ପଚାରିଥିଲେ । ଏହି ସାକ୍ଷାତ ସୌଜନ୍ୟମୂଳକ ଥିଲା । ମାତ୍ର ନିର୍ବାଚନ ମଇଦାନକୁ ଓହ୍ଲାଉଛନ୍ତି ବୋଲି କହିଛନ୍ତି ପୁଅ ସିଦ୍ଧାର୍ଥ । ତେବେ ସେ ବାପାଙ୍କ ନିର୍ବାଚନ ମଣ୍ଡଳୀ ଜଟଣୀରୁ ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି । କେଉଁ ଦଳରୁ ଏବଂ କେଉଁଠୁ ପ୍ରାର୍ଥୀ ହେବେ ସେକଥା ସ୍ପଷ୍ଟ କରିନାହାଁନ୍ତି ।
ଅନ୍ୟପଟେ ଆଜି ସୁର ରାଉତରାୟ ତାଙ୍କ ସାନ ପୁଅ ମନ୍ମଥ ଜଟଣୀରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିବ ବୋଲି ଘୋଷଣା କରିଛନ୍ତି । ଏଥିରୁ ସ୍ପଷ୍ଟ ହେଉଛି ସୁରଙ୍କ ବଡ ପୁଅ ସମ୍ଭବତଃ ବିଜେଡିରୁ ଏବଂ ସାନପୁଅ କଂଗ୍ରେସରୁ ପ୍ରାର୍ଥୀ ହେବା ପାଇଁ ପ୍ଲଟ ତିଆରି କରିଛନ୍ତି ସୁର ।

LEAVE A REPLY

Please enter your comment!
Please enter your name here