ବଲାଙ୍ଗୀରରେ ନକଲି ସାର୍ଟିଫିକେଟର ଖୋଳତାଡ଼ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ I ଟାଉନ ଥାନାରୁ ଏତଲା ଗ୍ରହଣ କରିବା ସହ କ୍ରାଇମବ୍ରାଞ୍ଚ ଟିମ ମନୋଜଙ୍କ କଲେଜ ଛକ ସ୍ଥିତ କୋଚିଂ ସେଣ୍ଟର ରେଡ କରିଛି I କୋଚିଂ ସେଣ୍ଟର ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ତାଲିକା ପ୍ରସ୍ତୁତ କରିବା ସହ ସେମାନଙ୍କୁ ପଚରାଉଚରା କରିବ I ଆବଶ୍ୟକ ହେଲେ ନକଲି ସାର୍ଟିଫିକେଟ ରାକେଟରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ କ୍ରାଇମବ୍ରାଞ୍ଚ ରାଜ୍ୟ ବାହାରକୁ ଯିବ I
ଅନ୍ୟପକ୍ଷରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ନିଜ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ତଦନ୍ତ ଆଦେଶ ଦେଇଛନ୍ତି I ତେଣୁ ନକଲି ସାର୍ଟିଫିକେଟ ତଦନ୍ତ ସିବିଆଇ କୁ ଦେବାକୁ ସେ ଦାବି କରିଛନ୍ତି I
ନକଲି ସାର୍ଟିଫିକେଟ ଯୋଗାଉଥିବା ଅଭିଯୋଗରେ ପୋଲିସ ଗିରଫ କରିଥିବା ଅଭିଯୁକ୍ତଙ୍କ ମଧ୍ୟରେ ବିଜେଡି ଆଇଟି ସେଲରେ କାମ କରୁଥିବା ଜଣେ ରହିଛନ୍ତି I

LEAVE A REPLY

Please enter your comment!
Please enter your name here