ଘର ଭିତରେ ମହିଳା ଶୋଇଥିଲେ । କିଏ ଜାଣିଥିଲା, ଏମିତି ତାଙ୍କର ମୃତ୍ୟୁ ହେବ । ଗତକାଲି ବିଳମ୍ବିତ ରାତିରେ ଅଚାନକ ଘର ଭିତରକୁ ପଶି ଆସିଥିଲା ଏକ କାର୍ । ଘର ଭିତରେ ଶୋଇଥିଲେ ମହିଳା ପାଣେଶ୍ବରୀ ଧଳ । ଘର ଭାଙ୍ଗି ଘର ଭିତରକୁ କାର୍ ପଶିଯିବା ଫଳରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ରାଧାନଗର ଗାଁରେ । ବୌଦ୍ଧ ଆଡକୁ କାରଟି ଦ୍ରୁତ ଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ ଘର ଭିତରକୁ ପଶି ଯାଇଥିଲା । ଘର ଭିତରକୁ ପଶିବା ପରେ କାରଟି ଓଲଟି ପଡିଥିଲା । ତେବେ ଦୁର୍ଘଟଣା ପରେ ଘଟଣାସ୍ଥଳରୁ କାର୍ ଡ୍ରାଇଭର ଖସି ପଳାଇଛି । ଉତ୍ତ୍ୟକ୍ତ ଲୋକେ ଖୋର୍ଦ୍ଧା ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ଅବରୋଧ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ରାସ୍ତା ଅବରୋଧ ଯୋଗୁ ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ବହୁ ଗାଡି ଛିଡା ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here