ରାଜ୍ୟର ଦୀର୍ଘତମ ଫ୍ଲାଏଓବରକୁ ଆଜି ମୁଖ୍ୟମନ୍ତ୍ରୀ ଭିଡିଓ କନଫେର୍ନ୍ସ ଜରିଆରେ ଉଦଘାଟନ କରିଛନ୍ତି । କେନ୍ଦୁଝର ଜିଲ୍ଲାର ଯୋଡା ସହରରେ ଏହି ଫ୍ଲାଏଓଭର ନିର୍ମାଣ କରାଯାଇଛି । 2020 ମସିହାରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । 250 କୋଟି ଟଙ୍କାରେ ନିର୍ମିତ ଫ୍ଲାଏଓଭରର ଲମ୍ବ ହେଉଛି 2.98 କିଲୋମିଟର । ଯୋଡା ସହରର ଜାତୀୟ ରାଜପଥ 520ର ରଣାଶାଳ ଛକ ଠାରୁ କମାରଯୋଡା ପର୍ଯ୍ୟନ୍ତ ଆପ୍ରୋଚରୋଡକୁ ମିଶାଇ ଏହାର ଲମ୍ବ 4.487 କିଲୋମିଟର ରହିଛି ।