ଭାରତରେ ବାହାଘର ଓ ହ୍ୱାଟସଅପ୍ ରେ ଛାଡପତ୍ର. ଏ କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ. ଆପଣ ଏହା ମଧ୍ୟ ଭାବିପାରନ୍ତି କି, ସତରେ କ’ଣ ଜଣେ ହ୍ୱାଟସଅପ୍ ରେ ବି ଛାଡପତ୍ର ଦେଇପାରେ ? ହେଲେ କଥାଟି ସଂପୂର୍ଣ୍ଣରୂପେ ସତ. ଏଭଳି ଘଟଣା ଘଟିଛି, ହାଇଦ୍ରାବାଦର  29 ବର୍ଷୀୟା ମହିଳା ହୁମା ସାରିଆଙ୍କ ସହିତ. ତାଙ୍କୁ ତାଙ୍କ ସ୍ୱାମୀ ହ୍ୱାଟସଅପ୍ ମାଧ୍ୟମରେ ଛାଡପତ୍ର ଦେଇଛନ୍ତି. ସାଇରା 2017 ମସିହା ମେ ମାସରେ ନାସିବ ଅଲ୍ ଜଲବୋବୀଙ୍କୁ ହାଇଦ୍ରାବାଦରେ ବିବାହ କରିଥିଲେ ଓ ତା ପରେ ଓମାନ ଯାଇ ଏକ ବର୍ଷ ପର୍ଯ୍ୟନ୍ତ ସ୍ୱାମୀଙ୍କ ସହ ରହିଥିଲେ. ତା ପରେ ତାଙ୍କର ଏକ ଶିଶୁ ଜନ୍ମ ହୋଇଥିଲା ଯାହା ଦୁର୍ବଳତା କାରଣରୁ ମରିଯାଇଥିଲା. ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି ଯେ, ପିଲାର ମୃତ୍ୟୁ ପରେ ତାଙ୍କ ସ୍ୱାମୀ ତାଙ୍କୁ ବହୁତ ଅତ୍ୟାଚାର କରୁଥିଲେ. ତା ପରେ ମହିଳା ଜଣକ 30 ଜୁଲାଇ 2018ରେ ଭାରତକୁ ଚିକିତ୍ସା ପାଇଁ ଆସିଥିଲେ. ନାସିବ କହିଥିଲେ ଯେ, ସେ ବହୁତ ଜଲଦି ଭାରତକୁ ଆସିଯିବେ, ହେଲେ ଆସିନଥିଲେ. କିଛିଦିନ ପରେ ସାରିଆ ଯେତେବେଳେ ତାଙ୍କୁ ମେସେଜ କରିଥିଲେ ତାହାର ଜବାବ ନାସିବ ଦେଇନଥିଲେ ବରଂ 12 ଅଗଷ୍ଟ 2018ରେ ହ୍ୱାଟସଅପ୍ ଜରିଆରେ ତାଙ୍କୁ ଛାଡପତ୍ର ଦେଇଥିଲେ.

LEAVE A REPLY

Please enter your comment!
Please enter your name here