ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରୀ ନାରାୟଣ ପାତ୍ରଙ୍କ ପୁତ୍ର ଦେବାଶିଷ ପାତ୍ରଙ୍କୁ ବୁଧବାର ଗିରଫ କରିଛି ପୋଲିସ । ମଙ୍ଗଳବାର ଦିନ ପୋଲିସ ଉପରେ ଆକ୍ରମଣ କରିବା ଘଟଣାରେ ରାମଚନ୍ଦ୍ରପୁର ପୋଲିସ କେନ୍ଦୁଝର ଜିଲ୍ଲାର ଛତିଆ ଟାଙ୍ଗି ଅଞ୍ଚଳରୁ ଦେବାଶିଷଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ପୂର୍ବରୁ ବିଜେଡି ଓ ସନ ସେନା କର୍ମକର୍ତ୍ତାଙ୍କ ମଧ୍ୟରେ ହୋଇଥିବା ଗୋଷ୍ଠୀ କନ୍ଦଳରେ ସଂଶ୍ଳିଷ୍ଟ ଥିବା କିଛି ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଯାଇଥିବା ବେଳେ ପଦିନା ଛକଠାରେ ଦେବାଶିଷ ଓ ତାଙ୍କ ସହଯୋଗୀମାନେ ପୋଲିସ ଉପରକୁ ଆକ୍ରମଣ କରିଥିଲେ ।

LEAVE A REPLY

Please enter your comment!
Please enter your name here