ଏଫ୍ ଏମ୍ କଲେଜ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ଓଡ଼ିଶା ବନ୍ଦ ଡାକରା ଦେଇଥିବା କଂଗ୍ରେସକୁ କଡ଼ା ସମାଲୋଚନା କରିଛନ୍ତି ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡଙ୍ଗୀ । ବିରୋଧୀଙ୍କ ଉପରେ ବର୍ଷିଲେ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ, କହିଲେ ଆଗ ସମୀକ୍ଷା କର ପରେ ଆନ୍ଦୋଳନ କରିବ। ଝିଅ, ଭଉଣୀ ଏବଂ ମା ମାନଙ୍କ ବିରୋଧରେ କୌଣସି ବି ହିଂସା ହେଲେ ସେଥିପ୍ରତି ରାଜ୍ୟ ସରକାର ଶୂନ୍ୟ ସହନଶୀଳତା ଗ୍ରହଣ କରିଛନ୍ତି । ତାହାକୁ କାର୍ଯ୍ୟରେ କରି ଦେଖାଇଛନ୍ତି । କିନ୍ତୁ କଂଗ୍ରେସ ଓ ବିଜେଡ଼ି ଆତ୍ମ ସମୀକ୍ଷା କରିବା ଉଚିତ ବୋଲି କହିଛନ୍ତି ସାଂସଦ ।

ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଷଡ଼ଙ୍ଗୀ କହିଛନ୍ତି, ଏଭଳି ଏକ ଦୁଃଖଦ ଘଟଣାରେ ଲୋକତନ୍ତ୍ରରେ ବିରୋଧୀ ଦଳ ନିଜର ମତ ରଖିପାରିବେ । କଂଗ୍ରେସର ୪୦ ବର୍ଷର ଶାସନ ଏବଂ ବିଜେଡ଼ିର ୨୪ ବର୍ଷର ସରକାର ମହିଳାଙ୍କ ସୁରକ୍ଷା ପାଇଁ ଇକୋ ସିଷ୍ଟମ୍ କରିପାରିଲେ ନାହିଁ । କିନ୍ତୁ ଆମେ ମାତ୍ର ଗୋଟିଏ ବର୍ଷ ହେବ ସରକାରକୁ ଆସିଛୁ ଏବଂ ଦିଗରେ କାମ ଆରମ୍ଭ କରିଛୁ । ଦୋଷାରୋପ ରାଜନୀତି କରୁଛନ୍ତି । କଂଗ୍ରେସ ଓ ବିଜେଡ଼ି ଆନ୍ଦୋଳନକୁ ଆସିବା ପୂର୍ବରୁ ପ୍ରଥମେ ଆତ୍ମ ସମୀକ୍ଷା କରିବା ଉଚିତ, ସେମାନଙ୍କର ସମୟରେ କେତେ ଘଟଣା ଘଟିଛି । କେବଳ ନିଜର ସ୍ୱାର୍ଥକତା, ପ୍ରାସଙ୍ଗିକ କରିବା, ଏବଂ ଗଣମାଧ୍ୟମର ନ୍ୟୁଜରେ ରହିବାକୁ ଅଶାନ୍ତ ବାତ୍ତାବରଣ ସୃଷ୍ଟି କରୁଛନ୍ତି । ଦାୟିତ୍ୱବୋଧର ସହିତ ବିରୋଧୀମାନେ ସକାରାତ୍ମକ ସମାଧାନର ମତ ଦେବାକୁ ସାଂସଦ ପରାମର୍ଶ ଦେଇଛନ୍ତି । ସରକାର ମୃତ ଛାତ୍ରୀଙ୍କ ପରିବାର ଏବଂ ରାଜ୍ୟର ସମସ୍ତ ମହିଳାଙ୍କ ସହିତ ରହିଛନ୍ତି ।

ଅପରାଜିତା ବିରୋଧୀଙ୍କ ଉପରେ ବଡ଼ ଅଭିଯୋଗ ଆଣିଛନ୍ତି । ବିଜେଡ଼ି ଏବଂ କଂଗ୍ରେସର ଛାତ୍ର ନେତାମାନେ ସୋସିଆଲ ମିଡ଼ିଆରେ ଛାତ୍ରୀଙ୍କୁ ଆତ୍ମହତ୍ୟା କରିବାକୁ କମେଣ୍ଟ କରିଥିଲେ ।

LEAVE A REPLY

Please enter your comment!
Please enter your name here