ନିମାପଡାର ବଳଙ୍ଗା ଅଞ୍ଚଳରେ ନାବାଳିକା କୁ ଉଠାଇ ନେ଼ଇ ପୋଡ଼ିଦେଲେ ୩ ଯୁବକ। ପୀଡ଼ିତାକୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସର ବର୍ଣ୍ଣ ୟୁନିଟରେ ଭର୍ତ୍ତି କରାଯାଇଛି। ଡାକ୍ତରମାନଙ୍କ କଥାନୁସାରେ, ଝିଅଟିର ପ୍ରାୟ 70% ଶରୀର ପୋଡ଼ିଯାଇଛି। ଘଟଣାସ୍ଥଳକୁ ପୁରୀ ଏସପି, ଉପଜିଲ୍ଲାପାଳ ଏବଂ ବୈଜ୍ଞାନିକ ଦଳ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ଏହି ଘଟଣା ଆଜି ସକାଳେ ଘଟିଥିଲା। ପୀଡ଼ିତା ନିଜ ସାଙ୍ଗର ଘରକୁ ଯାଉଥିବା ସମୟରେ, 3 ଯୁବକ ତାଙ୍କୁ ଜୋର କରି ନଦୀ ବନ୍ଧ ପାଖକୁ ନେଇ, ପେଟ୍ରୋଲ ଢାଳି, ନିଆଁ ଲଗାଇଦେଇଥିଲେ। ଏହାକୁ ନେଇ ପାଖା ପାଖି ଅଞ୍ଚଳ ରେ ଭୟଙ୍କର ଅସନ୍ତୋଷ ପ୍ରକାଶ ପାଇଛି।

ଘଟଣାକୁ ନେଇ ପ୍ରଭାତୀ ପରିଡା କହିଛନ୍ତି, ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହି ଘଟଣା ସାରା ଅଞ୍ଚଳକୁ ହୁଲୁସ୍ତୁଲ କରୁଛି । ଏହି ଘଟଣାରେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି ପ୍ରଭାତୀ ପରିଡ଼ା । ଦୋଷୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି । ବାଲେଶ୍ବର ଛାତ୍ରୀ ପୋଡ଼ି ଘଟଣା ସାରା ରାଜ୍ୟକୁ ଦୋହଲାଇଦେଇଥିବାବେଳେ ଏ ଘଟଣା ନିଆଁରେ ଘିଆ ଢାଳିବା ପରି ହୋଇଛି ।ଏହାକୁ ନେଇ ରାଜନୈତିକ ମହଲରେ ଯେତିକି ଆଲୋଡ଼ନ ସୃଷ୍ଟି ହୋଇଛି ସାଧାରଣ ଜନତାଙ୍କ ମଧ୍ୟରେ ସେତିକି ଅସନ୍ତୋଷ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here