ରାୟଗଡାରେ ଦୁଇ ଋଷୀୟ ପର୍ଯ୍ୟଟକଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ପୋଲିସ ତନାଘନା ଜାରି ରଖିଛି । ରାୟଗଡାର ଏକ ହୋଟେଲରେ ଋଷୀୟ ସାଂସଦ ଓ ତାଙ୍କର ବନ୍ଧୁଙ୍କ ମୃତ୍ୟୁ ପରେ ତଦନ୍ତକୁ ନେଇ ଓଡିଶା ପୋଲିସ ଚାପରେ ରହିଛି । ଜାତୀୟ, ଅନ୍ତର୍ଜାତୀୟସ୍ତରରେ ଏହାକୁ ନେଇ ହଟଚମଟ ହେବା ପରେ ପୋଲିସ ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବୀତ କରିଛି । ମୃୃତ୍ୟୁବରଣ କରିଥିବା ଦୁଇ ଋଷୀୟଙ୍କ ସହ ଓଡିଶା ଆସିଥିବା ଅନ୍ୟ ଦୁଇ ଋଷୀୟ ଦମ୍ପତ୍ତିଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । କ୍ରାଇମବ୍ରାଞ୍ଚ କାର୍ଯ୍ୟାଳୟରେ ପୋଲିସ ଋଷୀୟ ଦମ୍ପତ୍ତିଙ୍କୁ ପୋଲିସ ପଚରାଉଚରା କରିଛି ।
ଗତ ଶୁକ୍ରବାର ଦିନ ଭ୍ଲାଡିମିର ବୁଡାନୋଭ ଏବଂ ରବିବାର ଦିନ ପାଭେଲ ଆଣ୍ଟୋଭଙ୍କ ରାୟଗଡାର ଏକ ହୋଟେଲରେ ମୃତ୍ୟୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here