ଭାରତୀୟ ଟିମର ଅଧିନାୟକ ବିରାଟ କୋହଲି ଏବଂ ବିଶ୍ୱ ଚାମ୍ପିୟନ୍‌ ଭାରଉତ୍ତୋଳକ ମୀରାବାଇ ଚାନୁଙ୍କୁ ସମ୍ମାନଜନକ ରାଜୀବ ଗାନ୍ଧୀ ଖେଳ ରତ୍ନ ଦେବା ପାଇଁ କ୍ରୀଡ଼ା ମନ୍ତ୍ରାଳୟ ମନୋନୀତ କରିଛନ୍ତି. ଏହି ଦୁଇ ତାରକାଙ୍କୁ  ସେପ୍ଟେମ୍ବର 25 ତାରିଖ ଦିନ ହେବାକୁ ଥିବା କାର୍ଯ୍ୟକ୍ରମରେ ସମ୍ମାନିତ କରାଯିବ. ହେଲେ କ୍ରୀଡ଼ା ମନ୍ତ୍ରାଳୟର ନେଇଥିବା ଏହି ନିଷ୍ପତିରେ  ଅନ୍ୟ ଖେଳାଳିମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି. ଯାହା ଫଳରେ ସେମାନେ ଏହାକୁ ଅତି ସହଜରେ ଗ୍ରହଣ କରି ପାରି ନାହାନ୍ତି. ମିଳିଥିବା ସୂଚନା ଅନୁସାରେ, ରାଜୀବ ଗାନ୍ଧୀ ଖେଳ ରତ୍ନ ସମ୍ମାନ ନିଷ୍ପତ୍ତି ନେଉଥିବା 11 ସଦସ୍ୟ ବିଶିଷ୍ଟ ପାନେଲ୍‌ ‘ସ୍କିପର କୋହଲିଙ୍କ ‘ଶୂନ୍ୟ’ ପଏଣ୍ଟ୍‌ ଦେଇଥିବା ବେଳେ ଚାନୁଙ୍କୁ 44 ପଏଣ୍ଟ୍‌ ଦେଇଛନ୍ତି. ମଲ୍ଲଯୋଦ୍ଧା ବଜରଙ୍ଗ ପୁନିଆ ଏବଂ ବିନେଶ ଫୋଗଟ୍‌ ପ୍ରତ୍ୟେକ 80 ପଏଣ୍ଟ୍‌ ପାଇ ମଧ୍ୟ ଏହି  ସମ୍ମାନ ପାଇବାରୁ ବଞ୍ଚିତ ହୋଇଛନ୍ତି. କୋହଲି କୌଣସି ପଏଣ୍ଟ୍‌ ନ ପାଇବାର କାରଣ ହେଲା କ୍ରିକେଟ୍‌ ଅଲିମ୍ପିକ୍‌ କ୍ରୀଡ଼ା ହୋଇ ନ ଥିବାରୁ ତା’ ପାଇଁ କୌଣସି ରୀତିନୀତି ନାହିଁ. ସେଥିପାଇଁ ଏହି ସମ୍ମାନ ପାଇଁ କ୍ରିକେଟ୍‌ ଖେଳାଳିଙ୍କୁ ମନୋନୀତ କଲେ ବିବାଦ ଉପୁଜି ଥାଏ. ସେ କହିଛନ୍ତି, ମୋର ପ୍ରତିଭା ଏବଂ ପ୍ରଦର୍ଶନ ପାଇଁ ମୁଁ ସମ୍ମାନିତ ନ ହେବା ଯୋଗୁଁ ମୋତେ ବହୁତ କଷ୍ଟ ଲାଗିଛି. ଗୁରୁବାର ଦିନ କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋରଙ୍କ ସହ ଯୋଗାଯୋଗ କରି ମଧ୍ୟ ପୁନିଆ ତାଙ୍କ ଠାରୁ କୌଣସି ଯବାବ ପାଇ ନାହାନ୍ତି. ତେବେ ଏ ନେଇ ସେ ଶୁକ୍ରବାର ଅର୍ଥାତ୍‌ ଆଜି ଅଦାଲତର ଆଶ୍ରୟ ନେବେ ବୋଲି କହିଛନ୍ତି.

LEAVE A REPLY

Please enter your comment!
Please enter your name here