ନୂଆଦିଲ୍ଲୀ: ଚତୁର୍ଥ ଦିନିକିଆରେ ନ୍ୟୁଜିଲାଣ୍ଡଠୁ ୨୪୪ ରନରେ ହାରିଛି ଭାରତ । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୩୩୩ ରନ କରିବା ସହିତ ଭାରତକୁ ଏକ ବଡ଼ ଟାର୍ଗେଟ୍ ଦେଇଥିଲା ।ଦଳ ପକ୍ଷରୁ ୱିଲ୍ ୟଙ୍ଗ ୧୦୮ ବଲରେ ଶତକ ସହିତ ସର୍ବାଧିକ ୧୨୫ ରନ୍ କରିଥିଲେ । ସେହିପରି ଟିମ୍ ସୈଫର୍ଟ ୫୮ (୪୮), ଫିନ୍ ଆଲେନ୍ ୪୧ (୩୦), ସାଣ୍ଟନର୍ ୨୪ (୨୯) ପ୍ରମୁଖ ରନ୍ ଯୋଡ଼ି ଥିଲେ । ୩୩୪ ରନର ଟାର୍ଗେଟକୁ ଚେଜ୍ କରିବାକୁ ପ୍ରଥମେ ଓହ୍ଲାଇଥିଲେ ରୋହିତ ଶର୍ମା ଏବଂ ଋତୁରାଜ ଗାଏକଓ୍ୱାଡ । ହେଲେ ବିନା କୌଣସି ରନରେ ରୋହିତ ଆଉଟ୍ ପ୍ୟାଭିଲିୟନ ଫେରିଥିଲେ । ସେହିପରି ବିରାଟ ବି ଗୋଲଡେନ୍ ଡକରେ ପ୍ୟାଭିଲିୟନ ଫେରିଥିଲେ । ଗାଏକଓ୍ୱାଡ ମଧ୍ୟ ୫ ରନ୍ କରି ଆଉଟ୍ ହୋଇଯାଇଲେ । ଅଧିନାୟକ ଶ୍ରେୟସ ବି ଜିରୋରେ ଆଉଟ୍ ହୋଇଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଇଶାନ କିଷନ ୨୭, ଅକ୍ଷର ପଟେଲ ୨୧ ରନ୍ କରି କିଛି ସମୟ ପାଇଁ ଲଢିଥିଲେ । ହେଲେ ସେମାନେ ଆଉଟ୍ ହେଲା ପରେ ପୁଣି ବିପର୍ଯ୍ୟୟ ଆରମ୍ଭ ହୋଇଯାଇଥିଲା । ନମନ୍ ଧୀର ମଧ୍ୟ ୨୧ ରନ କରି ଆଉଟ ହୋଇଯାଇଥିଲେ । ଯାହା ଫଳରେ ଦଳ ୨୬.୪ ଓଭରରେ ୮୯ ରନରେ ଅଲଆଉଟ୍ ହୋଇ ୨୪୪ ରନରେ ପରାସ୍ତ ହୋଇଛି ।ତେବେ ଏହାରି ସହିତ ଏହି ପାଞ୍ଚ ଟିକିଆ ସିରିଜରେ ଭାରତ ୨-୧ରେ ଆଗୁଆ ରହିଛି । ଓକଲାଣ୍ଡ୍ ଓ ୱିଲଙ୍ଗଟନରେ ଖେଳାଯାଇଥିବା ଦୁଇଟି ମ୍ୟାଚରେ ଭାରତ ଜିତି ଥିବାବେଳେ ହ୍ୟାମିଲଟନ୍ ମ୍ୟାଚ୍ ବର୍ଷା ଯୋଗୁଁ ଡ୍ର ରହିଥିଲା ।

LEAVE A REPLY

Please enter your comment!
Please enter your name here