ଲଦାଖକୁ ରାଜ୍ୟ ମାନ୍ୟତା ଏବଂ ଷଷ୍ଠ ଅନୁସୂଚୀରେ ସାମିଲ କରିବା ଦାବିରେ ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଲୋକେ,ଲଦାଖକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ଦିଆଯାଉ ବୋଲି ଦାବିକୁ ତୀବ୍ର କଲେ , ଚାଲୁଥିବା ଆନ୍ଦୋଳନ ବୁଧବାର ହିଂସାତ୍ମକ ହୋଇଯାଇଛି। ଲେହରେ ଦୁଇଜଣ ମହିଳା ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଉତ୍ତେଜନା ବୃଦ୍ଧି ପାଇଛି। ପରେ ଛାତ୍ରମାନେ ପୋଲିସ ସହ ମୁହାଁମୁହିଁ ହୋଇ CRPF ଗାଡ଼ିକୁ ପୋଡ଼ି ଦେଇଛନ୍ତି। ଶତାଧିକ ଛାତ୍ର ବିଜେପି କାର୍ଯ୍ୟାଳୟ ବାହାରେ ଏକାଠି ହୋଇ ପଥରମାଡ଼ ଆରମ୍ଭ କରିଥିଲେ। ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବହୁ ସଂଖ୍ୟକ ସୁରକ୍ଷା ବାହିନୀ ମୁତୟନ କରାଯାଇଥିଲା, ଏହାଦେଖି ଛାତ୍ରମାନେ ଅଧିକ ହିଂସାତ୍ମକ ହୋଇ ଉଠିଥିଲେ। ଲଦାଖରେ ଲୋକମାନେ ଲଦାଖକୁ ରାଜ୍ୟ ମାନ୍ୟତା ଏବଂ ଷଷ୍ଠ ସୂଚୀ ସୁରକ୍ଷା ପାଇଁ ଆନ୍ଦୋଳନ କରୁଛନ୍ତି। କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ନିଷ୍ପତ୍ତି ପାଇଁ ଅକ୍ଟୋବର ୬ ତାରିଖ ଧାର୍ଯ୍ୟ କରିଛନ୍ତି, କିନ୍ତୁ ଆନ୍ଦୋଳନକାରୀ ଶୀଘ୍ର ଦାବି ପୂରଣ ପାଇଁ ଦାବି କରୁଛନ୍ତି ।

LEAVE A REPLY

Please enter your comment!
Please enter your name here