ଚଳିତ ବର୍ଷ କେତେକ ପ୍ରମୁଖ ମୋବାଇଲ୍ ନିର୍ମାତା କମ୍ପାନୀ ନିଜ ସ୍ମାର୍ଟ ଫୋନକୁ 10 ଜିବି ରାମ୍ ସହ ଭାରତ ବଜାରରେ ପ୍ରବେଶ କରାଇବେ ବୋଲି କହୁଥିଲେ. ଏହା ଛଡା ଶୁଣାଯାଉଥିଲା କି, ଭିଭୋ ପ୍ରଥମେ ଏହି ଫୋନକୁ ଭାରତ ବଜାରରେ ପ୍ରବେଶ କରାଇବ. ହେଲେ ବର୍ତ୍ତମାନ ରିପୋର୍ଟ ଅନୁସାରେ, ଓପୋ ପ୍ରଥମ ବ୍ରାଣ୍ଡ କମ୍ପାନୀ ହେବ,ଯିଏ ଫ୍ଲାଗସିପ୍ ଫାଇଁଣ୍ଡ୍ ଏକ୍ସ ହ୍ୟାଣ୍ଡସେଟ୍ ରେ 10 ଜିବି ରାମ୍ କୁ ନେଇ ବଜାରକୁ ପ୍ରବେଶ କରିବ.  ଯଦି ଫୋନ୍ ର  ସ୍ପେସିଫିକେସନର କଥା କୁହାଯାଏ, ତାହାଲେ ଏଥିରେ 6.4 ଇଞ୍ଚ୍ ର ଡ୍ୟୁଆଲ୍ କଭର ହେଇଥିବା ଏଜ୍ ଟୁ ଏଜ୍ ଆମୋଲେଡ୍ ର ଡିସପ୍ଲେ ରହିଛି ଯାହାର ରିଜଲ୍ୟୁସନ 2340 x 1080 ରହିଛି. ଏହି ଫୋନ୍ ଟି ସାମସଙ୍ଗର ଫ୍ଲାଗସିପ୍ ସ୍ମାର୍ଟଫୋନ୍ ଗାଲାକ୍ସି ଏସ୍ 9 ସହ ପାଖାପାଖି ସମାନ. ତେବେ ଏହି ଫୋନ୍ ରେ ସ୍ନାପଡ୍ରାଗନ୍ 845 ଚିପେଷ୍ଟ ପ୍ରୋସେସର ଦିଆଯାଇଛି. ଫୋନରେ 8 ଜିବି ରାମ୍ ଦିଆଯିବା ସହ 256 ଜିବିର ଇଣ୍ଟରନାଲ ଷ୍ଟୋରେଜ୍ ଦିଆଯାଇଛି.

LEAVE A REPLY

Please enter your comment!
Please enter your name here