ମଧ୍ୟ ପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ଯୋଗୁ ବିଶ୍ୱ ସମୁଦାୟ ଉପରେ ବଡ଼ ପ୍ରଭାବ ପଡୁଛି । ଅଧିକାର ଆଉ ଆତ୍ମସମ୍ମାନ ପାଇଁ ଇରାନ କରୁଛି ଘୋମାଘଟ ଲଢ଼େଇ । ଯୁଦ୍ଧ ବନ୍ଦ ପାଇଁ ଇରାନ ରଖିଛି ୩ଟି ବଡ଼ ସର୍ତ୍ତ ।ଇରାନର ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ୍ କହିଛନ୍ତି ଯେ,” ଅଧିକାର ଓ କ୍ଷତିପୂରଣ ମିଳିଲେ ହିଁ ଥମିବ ଯୁଦ୍ଧ । ଆମର ଅଧିକାର ମାନନ୍ତୁ, କ୍ଷତିପୂରଣ ଦିଅନ୍ତୁ, ଆଉ ଆକ୍ରମଣ ହେବ ନାହିଁ ବୋଲି ଗ୍ୟାରେଣ୍ଟି ଦିଅନ୍ତୁ ।” ଆମେରିକା-ଇସ୍ରାଏଲ ଆକ୍ରମଣ ପରେ କଡ଼ା ଆଭିମୁଖ୍ୟ ଜାହିର କରିଛି ଇରାନ । ଆମେରିକା ଓ ଇସ୍ରାଏଲ ଆକ୍ରମଣରେ ଇରାନର ସୁପ୍ରିମ୍ ଲିଡର ମୃତ୍ୟୁବରଣ କରିବା ପରେ ଯୁଦ୍ଧ ଆହୁରି ତୀବ୍ର ରୁପ ନେଇଛି। ଇରାନର ରାଷ୍ଟ୍ରପତି ମାସୁଦ ପେଜେସ୍କିଆନ୍ କହିଛନ୍ତି -ଏହି ଯୁଦ୍ଧ ବନ୍ଦ ହେବାକୁ ହେଲେ ତିନୋଟି କଥା ମାନିବାକୁ ପଡ଼ିବ ।ପ୍ରଥମ ସର୍ତ୍ତ ହେଲା ଇରାନର ବୈଧ ଅଧିକାରକୁ ଅନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତି ପ୍ରଦାନ କରାଯାଉ ,ଦ୍ୱିତୀୟ ରେ ଯୁଦ୍ଧରେ ହୋଇଥିବା କ୍ଷତିର କ୍ଷତିପୂରଣ ଦିଆଯାଉ ଏବଂ ତୃତୀୟରେ ଭବିଷ୍ୟତରେ ଆଉ କେବେ ଆକ୍ରମଣ ହେବ ନାହିଁ ବୋଲି ଆନ୍ତର୍ଜାତୀୟ ଗ୍ୟାରେଣ୍ଟି ମଧ୍ୟ ଦିଆଯାଉ । ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ତୁରନ୍ତ ଯୁଦ୍ଧ ବନ୍ଦ ପାଇଁ ଆହ୍ୱାନ କରିଛନ୍ତି । ଆମେରିକା ଓ ଇସ୍ରାଏଲ ଇରାନର ଏହି ୩ଟି ସର୍ତ୍ତ ମାନିବେ କି ନାହିଁ ଏବଂ ଯୁଦ୍ଧର ଭୟାବହତା ଆଗକୁ ଆହୁରି ବଢ଼ିବ କି ଥାମିବ ତାହା ସବୁଠୁ ବଡ଼ ପ୍ରଶ୍ନ ।

LEAVE A REPLY

Please enter your comment!
Please enter your name here