ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ,୨୦୨୬ ମାର୍ଚ୍ଚ ୩୧ ସୁଦ୍ଧା ଓଡ଼ିଶା ହେବ ସମ୍ପୁର୍ଣ୍ଣ ମାଓ ମୁକ୍ତ ରାଜ୍ୟ। ଏବେ ରାଜ୍ୟରେ କେବଳ ୧୫ ଜଣ ମାଓବାଦୀ ସକ୍ରିୟ ଅଛନ୍ତି।ସେମାନେ କନ୍ଧମାଳ, କଳାହାଣ୍ଡି ଏବଂ ରାୟଗଡ଼ା ଜିଲ୍ଲାର ସୀମାନ୍ତ ଅଞ୍ଚଳରେ ସୀମିତ। ଗତ ଦୁଇ ବର୍ଷ ମଧ୍ୟରେ ୯୬ ଜଣ ମାଓବାଦୀ ଏବଂ ମିଲିସିଆ ସଦସ୍ୟ ଆତ୍ମସମର୍ପଣ କରିଛନ୍ତି। ସୀମାନ୍ତରେ ମାଓ ଅପରେସନ ଜୋରଦାର୍ କରାଯାଇଛି। ନକ୍ସଲମାନେ ଆତ୍ମସମର୍ପଣ ନ କଲେ ସେମାନଙ୍କୁ ଦମନ କରାଯିବ ବୋଲି ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କନ୍ଧମାଳକୁ ଏବେ ବି ମାଓ ପ୍ରଭାବିତ ବୋଲି ବିବେଚନା କରାଯାଉଛି । ଐତିହାସିକ ମାଓବାଦୀ ଉପସ୍ଥିତି ଏବଂ ବିକାଶମୂଳକ ଦୃଷ୍ଟିକୋଣରୁ ଆଠଟି ଜିଲ୍ଲା କଳାହାଣ୍ଡି, ବୌଦ୍ଧ ,ବଲାଙ୍ଗୀର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡା ଏବଂ ରାୟଗଡା ଏହି ଜିଲ୍ଲାକୁ “ଲିଗେସି ଆଣ୍ଡ ଥ୍ରଷ୍ଟ” ଜିଲ୍ଲା ଭାବରେ ବର୍ଗୀକୃତ କରାଯାଇଛି। ଓଡ଼ିଶା ୩୧ ମାର୍ଚ୍ଚ ୨୦୨୬ ସୁଦ୍ଧା ମାଓମୁକ୍ତ ସ୍ଥିତି ହାସଲ କରିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ସୁରକ୍ଷା ଅଭିଯାନ ଏବଂ ବିକାଶମୂଳକ ପଦକ୍ଷେପ ସାରା ରାଜ୍ୟରେ ମାଓ ନେଟୱାର୍କକୁ ଦୁର୍ବଳ କରିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।

LEAVE A REPLY

Please enter your comment!
Please enter your name here