ବାଂଲାଦେଶର ରାଜବାରୀ ଜିଲ୍ଲାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାୟ ୨୩ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି । ୪୦ ଜଣ ଯାତ୍ରୀଙ୍କୁ ନେଇ ଏକ ବସ୍ ଫେରିରେ ଚଢ଼ିବା ସମୟରେ ନିୟନ୍ତ୍ରଣ ହରାଇ ପଦ୍ମା ନଦୀରେ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ଅନେକ ମହିଳାଙ୍କ ସହିତ ୨୩ ଜଣଙ୍କର ମୃତ୍ୟୁ ହୋଇଛି। ଅନେକ ଯାତ୍ରୀ ଏବେ ବି ନିଖୋଜ ଅଛନ୍ତି ।ପ୍ରାଥମିକ ସୂଚନା ଅନୁଯାୟୀ ଢାକା ଯାଉଥିବା ବସ୍‌ଟି ଫେରିରେ ଚଢ଼ିବା ସମୟରେ ଏକ ୟୁଟିଲିଟି ଫେରି ସହିତ ଧକ୍କା ହୋଇଥିଲା। ହଠାତ୍ ଝଟକା ଯୋଗୁଁ ଡ୍ରାଇଭର ନିୟନ୍ତ୍ରଣ ହରାଇବା ଦ୍ୱାରା ବସଟି ନଦୀରେ ଖସି ପଡ଼ିଥିଲା। ଦୁର୍ଘଟଣା ଯୋଗୁଁ କିଛି ଯାତ୍ରୀ ପହଁରି ସୁରକ୍ଷିତ ସ୍ଥାନକୁ ଯିବାରେ ସଫଳ ହୋଇଥିଲେ, ଅନ୍ୟମାନଙ୍କୁ ସ୍ଥାନୀୟ ଲୋକ ଏବଂ ଉଦ୍ଧାରକାରୀ ଦଳ ବାହାର କରିଥିଲେ। ସୂଚନା ପାଇବା ପରେ ଅଗ୍ନିଶମ ବାହିନୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ୩୦ ଫୁଟ ଗଭୀରରେ ବୁଡ଼ି ଯାଇଥିବା ବସ୍‌ଟିକୁ କ୍ରେନ୍ ସାହାଯ୍ୟରେ ବାହାର କରିଥିଲେ ଏବଂ ବସ୍‌ ଭିତରୁ ୧୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା।

LEAVE A REPLY

Please enter your comment!
Please enter your name here