ବ୍ରହ୍ମପୁରରେ ଜଣେ ଅଣଓଡ଼ିଆ ନାବାଳିକାକୁ ନିଶା ଦେଇ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ବ୍ରହ୍ମପୁର ଗୋଷାଣୀ ନୂଆଗାଁ ଥାନା ପୋଲିସ ୨ ଜଣଙ୍କୁ ଗିରଫ କରିବା ସହିତ ଜଣେ ନାବାଳକକୁ ଅଟକ ରଖାଯାଇଛି । ସୂଚନା ଅନୁଯାୟୀ, ନାବାଳିକାଙ୍କ ଘର ଆନ୍ଧ୍ର ପ୍ରଦେଶରେ । ତାଙ୍କ ବାପା ମରିଯିବା ପରେ ମା ଦ୍ୱିତୀୟ ବିବାହ କରିଥିଲେ । ସାବତ ବାପା ନାବାଳିକାକୁ ନିର୍ଯାତନା ଦେବାରୁ ସେ ଅତିଷ୍ଠ ହୋଇ ବ୍ରହ୍ମପୁର ଚାଲିଆସିଥିଲେ। ବ୍ରହ୍ମପୁରରେ ଏକ ଚାହା ଦୋକାନରେ ରହି କାମ କରୁଥିଲେ । ଗତ ୨୯ ତାରିଖରେ ଜଣେ ନାବାଳକ ସହ ନାବାଳିକା ଯାଇଥିବାବେଳେ ତାକୁ ନିଶା ଦେଇ ଗଣଦୁଷ୍କର୍ମ କରାଯାଇଥବା ଅଭିଯୋଗ ହୋଇଛି। ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଖବର ଦେବା ପରେ ପୋଲିସ ନାବାଳିକାକୁ ଉଦ୍ଧାର କରି ମାମଲା ରୁଜୁ କରିଛି । ଏହି ଘଟଣାରେ ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଏହା ସହିତ ନାବାଳିକାକୁ ନେଇ ଥିବା ନାବାଳକକୁ ସୁଧାର ଗୃହକୁ ପଠାଇ ଦିଆଯାଇଛି । ନାବାଳିକାଙ୍କ ସାବତ ବାପାଙ୍କ ନାଁରେ ମାମଲା ରୁଜୁ ହୋଇଛି ।

LEAVE A REPLY

Please enter your comment!
Please enter your name here