ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ଏବଂ ଶେଷ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ ହୋଇଯାଇଛି। ଆଜି ସକାଳ ୭ଟାରୁ ରାଜ୍ୟର ରାଜଧାନୀ କୋଲକାତା ଏବଂ ଅନ୍ୟ ଛଅଟି ଜିଲ୍ଲାର ୧୪୨ଟି ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି। ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହା ଜାରି ରହିବ। ୩ କୋଟି ୨୧ ଲକ୍ଷରୁ ଅଧିକ ଭୋଟର ୧,୪୪୮ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ। ଏହି ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (ଭବାନୀପୁର) ଏବଂ ବିରୋଧୀଦଳର ନେତା ସୁଭେନ୍ଦୁ ଆଦିକାରୀ (ଭବାନୀପୁର) ଙ୍କ ସମେତ ଅନେକ ପ୍ରତିଷ୍ଠିତ ନେତା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଶେଷ ପର୍ଯ୍ୟାୟ ଭୋଟ୍‌ ପାଇଁ ପଶ୍ଚିମବଙ୍ଗରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନ୍‌ଆଇଏ ଅଧିକାରୀମାନେ କୋଲକାତାରେ ପହଞ୍ଚି ସାରିଛନ୍ତି। ଉତ୍ତରପ୍ରଦେଶ ଏନ୍‌କାଉଣ୍ଟର ସ୍ପେସାଲିଷ୍ଟ ତଥା ଆଇପିଏସ୍‌ ଅଫିସର ଅଜୟ ପାଲ୍‌ ଶର୍ମା ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲା ପାଇଁ ପୁଲିସ ପର୍ଯ୍ୟବେକ୍ଷକ ଭାବେ ମୁତୟନ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here