ଭୁବନେଶ୍ୱର: ପାଠ୍ୟପୁସ୍ତକ ଛପାରେ ହୋଇଥିବା ବଡ଼ଧରଣର ତ୍ରୁଟିକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ରହିଛି। ଭୁଲ୍ ବହି ଛପା ଯୋଗୁଁ ସାରା ଦେଶରେ ଓଡ଼ିଶା ନିନ୍ଦିତ ହେବା ପରେ ଏବେ ଶାସକ ଦଳ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛି ବିରୋଧୀ ଦଳ ବିଜେଡି। ଦଳ ପକ୍ଷରୁ ସରକାରଙ୍କୁ ୪୮ ଘଣ୍ଟାର ମହଲତ ଦିଆଯାଇଛି। ଯଦି ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ପୂରଣ ନହୁଏ, ତେବେ ବିଜେଡି ରାଜପଥକୁ ଓହ୍ଲାଇବ। ବିଜେଡି ଅଭିଯୋଗ କରିଛି ଯେ, ଏହି ଭୁଲ୍ ବହି ଛପା ପଛରେ ପ୍ରାୟ ୩୮୦ କୋଟି ଟଙ୍କାର ଏକ ବିରାଟ ମହାଘୋଟାଲା ଲୁଚି ରହିଛି, ଯେଉଁଥିରେ ସ୍ୱୟଂ ଗଣଶିକ୍ଷା ମନ୍ତ୍ରୀ ସାମିଲ ଅଛନ୍ତି। ମୁଖ୍ୟମନ୍ତ୍ରୀ ତୁରନ୍ତ ବିଭାଗୀୟ ମନ୍ତ୍ରୀଙ୍କୁ ପଦରୁ ବହିଷ୍କାର କରନ୍ତୁ। ଏହା ସହିତ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ସମସ୍ତ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ଏବଂ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ କରି ସେହି ଅର୍ଥ ଭରଣା କରାଯାଉ ବୋଲି ଦଳ ଦାବି କରିଛି।

LEAVE A REPLY

Please enter your comment!
Please enter your name here