ଭୁବନେଶ୍ବର : ମଧୁଲିତା ପ୍ରକାଶନୀ ପକ୍ଷରୁ ଦୁଇଟି ପୁସ୍ତକ ଉନ୍ମୋଚିତ ହୋଇଛି । ଗାଳ୍ପିକ ଅମରେଶ ବିଶ୍ବାଳଙ୍କ ଗଳ୍ପ ପୁସ୍ତକ ଅମରେଶର ପ୍ରେମିକାମାନେ ଓ ସୁଜାତା ମହାନ୍ତିଙ୍କ କବିତା ପୁସ୍ତକ ଜୀବନ ଛନ୍ଦ ର ଉନ୍ମୋଚନ ଉତ୍ସବ ବୁଦ୍ଧ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । କବି ନିରାକାର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ଦାଶ ବେନେହୁର୍, ମୁଖ୍ୟବକ୍ତା ଭାବେ ବିଧାୟକ ଗୌତମବୁଦ୍ଧ ଦାସ ଏବଂ ସମ୍ମାନିତ ଅତିଥି ଭାବେ ଟିଭି ଘୋଷିକା କଳ୍ପନା ମିଶ୍ର ଯୋଗ ଦେଇଥିଲେ । ମଧୁଲିତାର ସଂପାଦିକା ମଧୁଲିତା ପରିଡା କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ । ବିଶିଷ୍ଟ ଭାଷାବିତ୍ ଡକ୍ଟର ଦେବାଶିଷ ମହାପାତ୍ର ସ୍ବାଗତ ସମ୍ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।












