ଭୁବନେଶ୍ବର: ଦଳ ବିରୋଧୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଅଭିଯୋଗରେ ହିନ୍ଦୋଳ ଏନ୍‌ଏସି ଅଧ୍ୟକ୍ଷ କେଶବ ଚନ୍ଦ୍ର ପ୍ରଧାନଙ୍କୁ ବିଜୁ ଜନତା ଦଳ (ବିଜେଡି) ପ୍ରାଥମିକ ସଦସ୍ୟତାରୁ ବହିଷ୍କାର କରାଯାଇଛି। ଦଳର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳର ସାଧାରଣ ସମ୍ପାଦକ ବିଜୟ ନାୟକ ଏହି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀ ପ୍ରଧାନ ବିରୋଧୀ ଦଳ (ବିଜେପି)ର ବିଭିନ୍ନ କାର୍ଯ୍ୟକ୍ରମ ଏବଂ ସେମାନଙ୍କ ନେତାମାନଙ୍କ ସଂସ୍ପର୍ଶରେ ରହି ସାମିଲ ହେଉଥିବା ନେଇ ଦଳ ପାଖରେ ଅଭିଯୋଗ ହୋଇଥିଲା। ଏହା ବ୍ୟତୀତ ଦଳର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବୈଠକ ଓ କାର୍ଯ୍ୟକ୍ରମରେ ମଧ୍ୟ ସେ ଅନୁପସ୍ଥିତ ରହୁଥିଲେ, ଯାହାକୁ ନେଇ ସ୍ଥାନୀୟ ଦଳୀୟ କର୍ମୀ ଓ ନେତୃବୃନ୍ଦଙ୍କ ମଧ୍ୟରେ ଦୀର୍ଘଦିନ ହେବ ଅସନ୍ତୋଷ ଜମା ହୋଇ ରହିଥିଲା। ଦଳୀୟ ଶୃଙ୍ଖଳା ଭଙ୍ଗ ଏବଂ ଏହି ସମସ୍ତ ଅଭିଯୋଗକୁ ଗୁରୁତ୍ୱର ସହ ଗ୍ରହଣ କରି ଦଳ ପକ୍ଷରୁ ଏହି ବହିଷ୍କାର ନିର୍ଦ୍ଦେଶନାମା ଜାରି କରାଯାଇଛି।

LEAVE A REPLY

Please enter your comment!
Please enter your name here