ଓଡିଶାରେ ହକି ମାନିଆକୁ ଆଖି ଆଗରେ ରଖି କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ ଖେଳାଳି ଏବଂ କ୍ରୀଡାପ୍ରିୟ ଲୋକଙ୍କୁ ଉତ୍ସାହିତ କରିବା ପାଇଁ ଓଡ଼ିଆ ଗୀତ ବା ଚିଅର୍ ଅପ୍ ସଙ୍ଗ ପ୍ରସ୍ତୁତ କରାଯାଇଛି । ଏହି ଓଡ଼ିଆ ଚିଅର୍ ଅପ୍ ଗୀତର ଭିଡିଓ ଦୀପାବଳିରେ ରିଲିଜ୍ କରାଯାଇଛି । ଏହି  ଭିଡିଓରେ ହକି ପ୍ରତି ଥିବା ଭଲପାଇବା ଏବଂ ଉତ୍ସାହର ଅନୁଭବ ବାରି ହୋଇପଡୁଛି । ବଲିଉଡର ଖ୍ୟାତନାମା ଗାୟକ ମିକା ସିଂହ ନିଜ ଦମଦାର କଣ୍ଠରେ ଏହି ଗୀତ ଗାଇଛନ୍ତି , “ଆସ କରିବା ଏତେ ବୋବାଲ,ଓଡିଶା ନାଁ ହେବ ଗ୍ଲୋବାଲ୍” । ସ୍କୁଲ ପିଲାଙ୍କ ଠାରୁ ଆରମ୍ଭ କରି ଗୃହିଣୀଙ୍କ ପର୍ୟ୍ୟନ୍ତ ସବୁ ଏହି ଭିଡିଓରେ ନାଚିନାଚି ଗୀତ ଗାଉଥିବାର ଦେଖିବାକୁ ମିଳୁଛି । ଓଡିଶାର ପ୍ରତିଷ୍ଠିତ ନୃତ୍ୟ ଓଡିଶୀ ଏବଂ ସମ୍ବଲପୁରୀର ଛାପ ଏହି ଭିଡିଓରେ ଦେଖିବାକୁ ମିଳିଛି । ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କ୍ରୀଡାମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା ଏବଂ ଭାରତୀୟ ହକି ଦଳର ଅଧିନାୟକ ଦିଲ୍ଲୀପ ତିର୍କୀଙ୍କୁ ମଧ୍ୟ ଦେଖିବାକୁ ମିଳୁଛି।ଏହି ଭିଡିଓକୁ ଟ୍ୱିଟରରେ ସେୟାର୍ କରି କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ ତରଫରୁ କୁହାଯାଇଛି, ‘ସବୁ କପ୍ (ବିଜୟ) ଗୋଟିଏ ସଂଗୀତ ଆବଶ୍ୟକ କରେ,ଏହି ସଂଗୀତ କେବଳ ଓଡିଶା ପାଇଁ ।

LEAVE A REPLY

Please enter your comment!
Please enter your name here