ହକି ବିଶ୍ୱକପ୍ ଉଦଘାଟନୀ ଉତ୍ସବରେ ଓଡିଶା ଆସିବାକୁ ଥିବା ବଲିଉଡ ବାଦାଶାହା ଶାହାରୁଖଙ୍କ ଉପରକୁ ସ୍ୟାହି ପକାଇବା ନେଉ କଳିଙ୍ଗ ସେନା ଦେଇଥିବା ଧମକ ଉପରେ ହକି ଇଣ୍ଡିଆ ଅଧ୍ୟକ୍ଷ ମହମ୍ମଦ ମୁସ୍ତାକ ଅପିଲ କରି ଏପରି ନ କରିବାକୁ ଅନୁରୋଧ କରିଛନ୍ତି. ଭାରତର ପ୍ରିୟ ଅଭିନେତା ମଧ୍ୟରେ ଶାହାରୁଖ୍ ହେଉଛନ୍ତି ଜଣେ. ଆଉ ସେ ହକି କମ୍ୟୁନିଟିକୁ ବେଶି ସମର୍ଥନ କରନ୍ତି. ଏହାଛଡା ଫିଲ୍ମ ‘ଚକ୍ ଦେ ଇଣ୍ଡିଆ’ ରେ ସେ ଯେଉଁ ଅଭିନୟ ପ୍ରଦର୍ଶନ କରିଛନ୍ତି ଏଥିରୁ ତାଙ୍କ ଭିତରେ ହକି ପ୍ରତି ଥିବା ଭାବନା ମଧ୍ୟ ଜଣାପଡୁଥିବା କହିଛନ୍ତି ମହମ୍ମଦ. ଯିଏ ଆମ ଓଡିଶାକୁ ମୁଖ୍ୟ ଅତିଥି ରୂପେ ଆମନ୍ତ୍ରିତ ହୋଇ ଆସିବେ ତାଙ୍କ ଉପରକୁ ଏଭଳି ଭାବରେ ସ୍ୟାହି ଫିଙ୍ଗିଲେ ଏହା ଆମ ଭାରତ ପ୍ରତି ଅତି ନିନ୍ଦନୀୟ କଥା ହେବ ଏବଂ ସମସ୍ତଙ୍କ ପାଖରେ  ଭାରତର ସମ୍ମାନ ଉପରେ ଆଞ୍ଚ୍ ଆସିବ ବୋଲି ସେ କହିଛନ୍ତି. ଏହାକୁ ଉଠାଇନେବା ପାଇଁ ସେ କଳିଙ୍ଗ ସେନାକୁ ବିନମ୍ର ଅନୁରୋଧ କରିଛନ୍ତି. ହକି ବିଶ୍ୱକପ୍ ଭାରତ ପାଇଁ ଗର୍ବର ବିଷୟ ହୋଇଥିବା ବେଳେ ଓଡିଶାର ଭୁବନେଶ୍ୱରରେ ଏଫଆଇଏଚ ବିଶ୍ୱକପ୍ ଆୟୋଜିତ ହେବା ଏହା ସମ୍ମାନର ବିଷୟ ବୋଲି ସେ କହିଛନ୍ତି. ତେବେ ଏଠାରେ ଉଲ୍ଲେଖଯୋଗ୍ୟ ଯେ, 2001ରେ ରିଲିଜ୍ ହୋଇଥିବା ଫିଲ୍ମ  ‘ଅଶୋକ’ରେ ବିକତ ଇତିହାସ ପାଇଁ କଳିଙ୍ଗ ସେନା ଏଭଳି କରିବ ବୋଲି ଧମକ ଦେଇଛି. ବର୍ତ୍ତମାନ କଳିଙ୍ଗ ସେନା ଏହି ନିଷ୍ପତିରୁ ସାମୟିକ ଭାବେ ଓହରିଥିବା ସୂଚନା ଦେଇଛନ୍ତି କଳିଙ୍ଗ ସେନା ସୁପ୍ରିମୋ ହେମନ୍ତ ରଥ.

LEAVE A REPLY

Please enter your comment!
Please enter your name here