2019 ଆଇପିଏଲର 12ତମ ସିଜିନ ପାଇଁ ଚଳିତ ବର୍ଷର ଖେଳାଳୀଙ୍କ ନିଲାମୀ ପ୍ରକ୍ରିୟା ଜୟପୁର ଠାରେ ଆରମ୍ଭ କରାଯାଇଛି. ତେବେ ଭାରତୀୟ ଖେଳାଳୀଙ୍କୁ 2 କୋଟିରୁ ଅଧିକ ମୂଲ୍ୟ ସ୍ଥାନରେ ସ୍ଥାନ ମିଳିନାହିଁ. ସମୁଦାୟ ଉପରେ 351 ଜଣ କ୍ରିକେଟର ସାମିଲ ଥିବା ଜଣାପଡିଥିବା ବେଳେ  ବିସିସିଆଇ ସୂଚନା ଅନୁସାରେ, ଆରମ୍ଭରୁ 1003 ଜଣ ଖେଳାଳୀଙ୍କ ନାମ ପଞ୍ଜିକରଣ କରାଯାଇଥିଲା. ଏହାସହ ଏହି ପ୍ରକ୍ରିୟାର ଶେଷ ମୁହୂର୍ତ୍ତରେ 5 ଜଣ ଖେଳାଳୀଙ୍କ  ନାମ ସାମିଲ କରାଯାଇଛି.

ନିଲାମର ପ୍ରଥମ ପର୍ଯ୍ୟାୟରେ ଭାରତୀୟ ଦ୍ରୁତ ବୋଲର ଜୟଦେବ ଉନାଦକତଙ୍କ ଉପରେ ଟଙ୍କାର ବର୍ଷା ହୋଇଛି . ରାଜସ୍ଥାନ ରୟାଲ୍ସ ୮ କୋଟି ୪୦ ଲକ୍ଷ ଟଙ୍କାରେ ତାଙ୍କୁ କିଣିଛି .  ଏଥର ନିଲାମରେ ସେ ସବୁଠୁ ଦାମୀ ଖେଳାଳି ରୂପେ ବିକ୍ରି ହୋଇଛନ୍ତି .  ଇଣ୍ଡିଜର ସିମରନ ହେଟମାୟର ଓ କାର୍ଲୋସ ବ୍ରେଥଓ୍ଵେଟ ମଧ୍ୟ ଭଲ ଦରରେ ବିକ୍ରି ହୋଇଛନ୍ତି. ମାତ୍ର ଯୁବରାଜ ସିଂହଙ୍କୁ କୌଣସି ଫ୍ରାଞ୍ଚାଇଜି କିଣିବାକୁ ଆଗ୍ରହ ପ୍ରକାଶ କରି ନାହାନ୍ତି .

ବିକ୍ରି ହୋଇଥିବା ଖେଳାଳି

ହନୁମା ବିହାରୀ- ୨ କୋଟି (ଦିଲ୍ଲୀ ଡେୟାର ଡେଭିଲ୍ସ)

ସିମରନ ହେଟମାୟର- ୪ କୋଟି ୨୦ ଲକ୍ଷ(ଆରିସିବି)

କାର୍ଲୋସ୍ ବ୍ରେଥଓ୍ଵେଟ୍- ୫ କୋଟି(କେକେଆର)

ଅକ୍ଷର ପଟେଲ- ୫ କୋଟି(ଦିଲ୍ଲୀ କ୍ୟାପିଟାଲ୍ସ)

ମୋଇସିସ୍ ହେନରିକ୍ସ- ୧ କୋଟି(କିଙ୍ଗ୍ସ ଇଲେଭେନ ପଞ୍ଜାବ)

ଗୁରକିତର ସିଂହ- ୫୦ ଲକ୍ଷ (ଆରସିବି)

ନିକୋଲାସ ପୂରଣ- ୪୦ ଲକ୍ଷ ୨୦ ହଜାର(କିଙ୍ଗ୍ସ ଇଲେଭେନ ପଞ୍ଜାବ)

ରିଦ୍ଧିମାନ ଶାହ- ୧ କୋଟି ୨୦ ଲକ୍ଷ(ସନରାଇଜର୍ସ ହାଇଦ୍ରାବାଦ)

ଜନି ବେୟାରଷ୍ଟୋ- ୨ କୋଟି (ସନରାଇଜର୍ସ ହାଇଦ୍ରାବାଦ)

ଜୟଦେବ ଉନାଦକତ- ୮ କୋଟି ୪୦ ଲକ୍ଷ(ରାଜସ୍ଥାନ ରୟାଲ୍ସ)

ଲସିଥ ମାଲିଙ୍ଗା- ୨ କୋଟି(ମୁମ୍ବାଇ ଇଣ୍ଡିଆନ୍ସ)

ଇଶାନ୍ତ ଶର୍ମା- ୧ କୋଟି ୧୦ ଲକ୍ଷ(ଦିଲ୍ଲୀ କ୍ୟାପିଟାଲ୍ସ)

ବରୁଣ ଆରୋନ- ୨ କୋଟି ୪୦ ଲକ୍ଷ(ରାଜସ୍ଥାନ ରୟାଲ୍ସ)

ସରଫରାଜ ଖାନ- ୨୫ ଲକ୍ଷ (କିଙ୍ଗ୍ସ ଇଲେଭେନ ପଞ୍ଜାବ)

ଅନମୋଲପ୍ରୀତ ସିଂହ- ୮୦ ଲକ୍ଷ(ମୁମ୍ବାଇ ଇଣ୍ଡିଆନ୍ସ)

ଦେବଦତ୍ତ ପଦିକ୍କଲ- ୨୦ ଲକ୍ଷ(ଆରସିବି)

ମୋହିତ ଶର୍ମା- ୪ କୋଟି ୮୦ ଲକ୍ଷ(ପଞ୍ଜାବ)

ମହମ୍ମଦ ସାମି- ୪ କୋଟି ୮୦ ଲକ୍ଷ(ପଞ୍ଜାବ)

ଶିବମ ଦୁବେ- ୫ କୋଟି(ଆରସିବି)

ବରୁଣ ଚକ୍ରବର୍ତ୍ତୀ- ୮ କୋଟି ୪୦ ଲକ୍ଷ(ପଞ୍ଜାବ)

ବିକ୍ରି ହୋଇନଥିବା ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ମନୋଜ ତିଓ୍ଵାରୀ, ଚେତେଶ୍ଵର ପୂଜାରା, ଯୁବରାଜ ସିଂହ, କ୍ରିସ ଜୋର୍ଡାନ, ବ୍ରେଣ୍ଡନ ମ୍ୟାକକକୁଲମ, କ୍ରିସ୍ ଓ୍ଵକ୍ସ, ମାର୍ଟିନ ଗୁପଟିଲ, ଆଲେକ୍ସ ହେଲ୍ସ, ନମନ ଓଝା, ଆକାଶଦୀପ ନାଥ, ମନନ ବୋରା, ସଚିନ ବେବି, ଅଙ୍କିତ ବାଓ୍ଵନେ, ରାହୁଲ ଶର୍ମା, ଅର୍ମାନ ଜାଫର।

LEAVE A REPLY

Please enter your comment!
Please enter your name here