ତିନିଦିନର ଲଗାଣ ବର୍ଷା ଯୋଗୁଁ ମହାନଦୀ ଓ ବୈତରଣୀ ନଦୀରେ କ୍ରମାଗତ ଭାବେ ବଢିଚାଲିଛି ପାଣି.ଏହାକୁ ଦୃଷ୍ଟିରେ ରଖି ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 8ଟି ଜିଲ୍ଲାର ଜିଲ୍ଲାପାଳଙ୍କୁ ହାଇଆଲର୍ଟରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି. ବନ୍ୟାକାଳୀନ ସ୍ଥିତିକୁ ସୁଚାରୁ ରୂପେ ସାମ୍ନା କରିବା ପାଇଁ ଜିଲ୍ଲାପାଳମାନଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ.

ମହାନଦୀ ଅବବାହିକାରେ ଅବସ୍ଥିତ କେନ୍ଦ୍ରାପଡ଼ା, ଯାଜପୁର,ଜଗତସିଂହପୁର, ଖୋର୍ଦ୍ଧା, ପୁରୀ ଓ ବୈତରଣୀ ଅବବାହିକାରେ ଅବସ୍ଥିତ ଯାଜପୁର, କେନ୍ଦୁଝର ଓ ଭଦ୍ରକର ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି. ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ବନ୍ୟାଜନିତ ପରିସ୍ଥିତିକୁ ଏଡାଇବା ପାଇଁ ସମସ୍ତ ଜିଲ୍ଲାର  ପ୍ରଶାସନଙ୍କୁ କୁହାଯାଇଥିଲା.

ରାଜ୍ୟ ସଚିବାଳୟରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ଏ ସଂପର୍କରେ ଆଲୋଚନା କରିବା ସହ ଓଡ୍ରାଫ୍ ଟିମ୍ ଓ ଅଗ୍ନିଶମ ବିଭାଗର ସହଯୋଗରେ ଉଦ୍ଧାର କାର୍ଯ୍ୟ ଓ ରିଲିଫ୍ କାର୍ଯ୍ୟକୁ ଠିକ୍ ଭାବେ ପରିଚାଳନା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ.

ଏହି ଉଚ୍ଚସ୍ତରୀୟ ବୈଠକରେ ମୁଖ୍ୟମନ୍ତ୍ରୀ ସ୍ଥିତିର ଅନୁଧ୍ୟାନ କରିବା ପରେ ବିଭିନ୍ନ ଜିଲ୍ଲାର ମୁଖ୍ୟଙ୍କୁ ହାଇଆଲର୍ଟରେ ରହିବା ପାଇଁ ନିର୍ଦ୍ଦେଶ ଦେଇଥିବା ଗଣମାଧ୍ୟମକୁ କହିଛନ୍ତି ବିଷ୍ଣୁପଦ ସେଠୀ ( ଓଡିଶା ସ୍ପେଶାଲ ରିଲିଫ୍ କମିଶନର). 20ଟି ଓଡ୍ରାଫ୍ ଟିମ୍ 326ଟି ଅଗ୍ନିଶମ ବିଭାଗ ପ୍ରସ୍ତୁତ ରହିବେ ଓ ଡିଜିପି ସ୍ତରରେ ନିରୀକ୍ଷଣ କରାଯିବ ବୋଲି ସେ କହିଛନ୍ତି.

LEAVE A REPLY

Please enter your comment!
Please enter your name here