କାଳିଆ ଯୋଜନା ପାଇଁ ଜେରକ୍ସ ଫର୍ମରେ ମଧ୍ୟ ଆବେଦନ କରାଯାଇପାରିବ । ପର୍ଯ୍ୟାୟ କ୍ରମେ ଆବେଦନ ପାଇଁ ରହିଛି ସୁଯୋଗ । ଏନେଇ ରହିଛି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଡା ନିର୍ଦ୍ଦେଶ । ଆଜି ଏହା କହିଛନ୍ତି କୃଷି ଏବଂ କୃଷକ ସଶକ୍ତକରଣ ସଚିବ ସୌରଭ ଗର୍ଗ ।

ସେ କହିଛନ୍ତି ଯେ, ଜେରକ୍ସ ଫର୍ମରେ ମଧ୍ୟ କାଳିଆ ଯୋଜନାରେ ପଞ୍ଜିକରଣ କରାଯାଇପାରିବ । ପ୍ରଥମ ପର୍ଯ୍ୟାୟ ଆବେଦନର ଶେଷ ତାରିଖ ଜାନୁଆରୀ ୧୫ ରହିଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଅବେଦନ ଜାନୁଆରୀ ୨୫ରୁ ଆରମ୍ଭ ହୋଇ ଫେବୃଆରୀ ୫ ଯାଏଁ ଚାଲିବ । ତେବେ ତୃତୀୟ ପର୍ଯ୍ୟାୟ ଆବେଦନ ପାଇଁ କୌଣସୀ ତାରିଖ ଘୋଷଣା ହୋଇନାହିଁ । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏଥିରେ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ନାଲି ଏବଂ ନୀଳ ରଙ୍ଗ ଫର୍ମର କଳାବଜାରୀ ଅଭିଯୋଗ ଆସିବା ପରେ ଏହି ନିଷ୍କର୍ଷ ବାହାର କରାଯାଇଥିବା ସଚିବ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here