ସୋମବାର ସୁପ୍ରିମକୋର୍ଟ ସାରିଡନ ଓ ଅନ୍ୟଦୁଇଟି ଔଷଧକୁ ପ୍ରସ୍ତୁତି ଓ ବଜାରରେ ବିକ୍ରି ପାଇଁ ଅନୁମତି ଦେଇଛନ୍ତି । ଏହି ଔଷଧ କମ୍ପାନୀଙ୍କ ଆବେଦନ ଉପରେ ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ ଆଜି ଏହି ଆଦେଶ ଦେଇଛନ୍ତି ।  ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ 328 ଫିକ୍ସଡ ଡୋଜ୍ କମ୍ବିନେସନ ବଟିକା ଉପରେ ଲାଗିଥିବା ପ୍ରତିବନ୍ଧ ସାରିଡନ ସହ ସ୍କ୍ରିନ କ୍ରିମ ପେନ୍ଡ୍ରମ ସହ ଆଉ ଏକ ବଟିକା ଉପରୁ ପ୍ରତିବନ୍ଧକ ଉଠାଇଛନ୍ତି.  ଏହା ସହ କୋର୍ଟ କେନ୍ଦ୍ର ସରକାରଙ୍କୁ ଏହି ଔଷଧ ଉପରେ ଜବାବ ମାଗିଛନ୍ତି. ତେବେ କେନ୍ଦ୍ର ସରକାର ପୂର୍ବ ସପ୍ତାହରେ ଏହି ଔଷଧର ବିକ୍ରି ଉପରେ କଟକଣା ଲଗାଇଥିଲେ ଯାହାଫଳରେ ଔଷଧ କମ୍ପାନୀମାନେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ. ଫଳରେ କୋର୍ଟ ତାଙ୍କ ଶୁଣାଣିରେ ସାରିଡନ ସହ ଆଉ ତିନୋଟି ଔଷଧ ଉପରେ ଲାଗିଥିବା କଟକଣାକୁ ଉଠାଇଛନ୍ତି.

LEAVE A REPLY

Please enter your comment!
Please enter your name here